ଏସିଆ କପ୍ ପାଇଁ ଭାରତ ଘୋଷଣା କଲା ଟିମ୍, ରୋହିତ ନେବେ ନେତୃତ୍ୱ
ଏସିଆ କପ୍ ୨୦୨୩ ପାଇଁ ସୋମବାର ପାଇଁ ଭାରତ ଦଳ ଘୋଷଣା କରିଛି । ଟିମରେ ଅଛନ୍ତି ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ,ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ତିଳକ ବର୍ମା, କୁଲଦୀପ ଯାଦବ, ଶ୍ରାଦ୍ଧୁଳ ଠାକୁର, ପ୍ରସିଦ୍ଧ କ୍ରୀଷ୍ଣା, ଜସପ୍ରୀତ ବୁମ୍ରା , ମହମ୍ମଦ ଶାମି ଏବଂ ମହମ୍ମଦ୍ ସିରାଜ।
୧୭ ସଦସ୍ୟ ଟିମ୍ରେ ରୋହିତ ଦଳର ନେତୃତ୍ୱ ନେବେ। ଶ୍ରେୟସ ଆୟାର ଏବଂ କେ.ଏଲ ରାହୁଲଙ୍କ ସହିତ ବ୍ୟାଟ୍ସମ୍ୟାନ୍ ତଳକ ବର୍ମାଙ୍କୁ ମଧ୍ୟ ଟିମ୍ରେ ସ୍ଥାନ ମିଳିଛି । ଅନ୍ୟପଟେ ୟୁଜବେନ୍ଦ୍ର ଚହଲ ଏବଂ ସଞ୍ଜୁ ସାମସନ୍ଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସଞ୍ଜୁ ଦଳରେ ସାମିଲ ହୋଇ ନଥିଲେ ମଧ୍ୟ ସେ ଅନ୍ୟ ଖେଳାଳି ମାନଙ୍କ ସହିତ ଏସିଆ କପ୍ ପାଇଁ ଟିମ୍ ସହିତ ରିଜର୍ଭ ଖେଳାଳି ଭାବରେ ରହିବେ । ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ହାର୍ଦିକ ଉପ-ଅଧିନାୟକ ପଦ ବଜାୟ ରଖିଛନ୍ତି ।
ଚଳିତ ଥର ଏସିଆ କପ୍ ପାକିସ୍ତାନ ନେତୃତ୍ୱରେ ହାଇବ୍ରିଡ୍ ମଡେଲ୍ରେ ଅନୁଷ୍ଠିତ ହେଉଛି । ଏସିଆ କପ୍ରେ ଭାରତ, ପାକିସ୍ତାନ ଏବଂ ନେପାଳ ଗ୍ରୁପ୍ରେ ଏ ରେ ରହିଛନ୍ତି । ରୋହିତଙ୍କ ନେତୃତ୍ୱରେ ଭାରତ ସେପ୍ଟେମ୍ବର ୨ ତାରିଖରେ ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାରେ ଖେଳାଯିବ । ଏହାପରେ ଭାରତ ନେପାଳ ବିପକ୍ଷରେ ୪ ସେପ୍ଟେମ୍ବରରେ ଖେଳିବ ।
Powered by Froala Editor