ଆଇକୁ କଟୁରୀରେ ହାଣିଲା ଜେଲରୁ ଫେରାର୍ ଥିବା ନାତି

ବାଲିକୁଦା : ଆଇକୁ କଟୁରୀରେ ହାଣିଲା ଜେଲରୁ ଫେରାର୍ ଥିବା ନାତି। ଜଣେ ଶିଶୁକନ୍ୟା ସମେତ ୩ ଗୁରୁତର। ବୁଧବାର ସକାଳୁ ବାଲିକୁଦା ଥାନା ଅନ୍ତର୍ଗତ ନାଗପୁର ପଞ୍ଚାୟତର ଗଦେଇଗିରି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଜେଲ୍ ଯାଇଥିଲା ଅଭିଯୁକ୍ତ। କିଛି ଦିନ ତଳେ ଜେଲ୍ ପ୍ରାଚୀର ଡେଇଁ ସେ ଫେରାର ହୋଇଯାଇଥିଲା। ଆଜି ସକାଳୁ ଏଭଳି ହତ୍ୟାକାଣ୍ଡ ଘଟାଇଛି।
ସୂଚନାନୁଯାୟୀ, ଅଭିଯୁକ୍ତ ଜଣଙ୍କ ହେଉଛି ଗଦେଇଗିରି ଗାଁର ସମୀର ଓରଫ୍ ଜୀବନ ଜ୍ୟୋତି ସାହୁ। ସମୀର କିଛି ବର୍ଷ ତଳେ ସେହି ଗାଁର ଜଣେ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପୁଲିସ ତାକୁ ବାନ୍ଧି ଜେଲ୍ ପଠାଇଥିବା ବେଳେ ମାନ୍ୟବର ଅଦାଲତ ତାକୁ ଦୋଷୀ ସାବ୍ୟସ୍ତ କରି ଥିଲେ। ଆଳିପିଙ୍ଗଳ ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ଥିବା ସମୟରେ ସୁଯୋଗ ପାଇ ସମୀର ଜେଲ ପ୍ରାଚୀର ଡେଇଁ ଫେରାର ହୋଇଯାଇଥିଲା।
ସେବେଠାରୁ ତାର ପତ୍ତା ମିଳୁ ନଥିଲା। ହେଲେ ଗତକାଲି ରାତିରେ ସେ ହଠାତ୍ ଗାଁରେ ପହଞ୍ଚିଥିଲା। ଆଉ ଆଜି ସକାଳେ ଏହି କାଣ୍ଡ ଭିଆଇ ଫେରାର ହୋଇଯିବାକୁ ବସିଥିବା ବେଳେ ଗାଁ ଲୋକେ ତାକୁ କାବୁ କରିନେଇ ବାନ୍ଧି ବାଲିକୁଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ନେଇଛି।
Powered by Froala Editor