୧୬୫ଟି ଦେଶୀ ବନ୍ଧୁକ ଜବତ, ୨୧ ଶିକାରୀ ଗିରଫ

ବାରିପଦା : ଅପରେସନ “କ୍ଲିନ୍ ଶିମିଳିପାଳ” ଅଭିଯାନରେ ଶିମିଳିପାଳକୁ ଶିକାରୀ, ବନ୍ୟଜନ୍ତୁ ଅଙ୍ଗ ତସ୍କର ଗ୍ୟାଙ୍ଗ ଓ ବନ୍ଧୁକ ଶୂନ୍ୟ କରିବା ଲକ୍ଷ୍ୟ ଅଭିଯାନରେ ପୁଲିସର ସ୍ଵତନ୍ତ୍ର ଟାସ୍କଫୋର୍ସକୁ ବଡ଼ ସଫଳତା। ୧୬୫ଟି ଦେଶୀ ବନ୍ଧୁକ ଜବତ କରିଛି ଜିଲ୍ଲା ପୋଲିସ। ଏହା ସହ ପୋଲିସ ୨୧ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରିଛି।
ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ବ୍ୟାପକ ଚଢ଼ାଉ କରି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହା ଛଡା ଚଢ଼ାଉ ବେଳେ ୫୦୦ ଗ୍ରାମ୍ ଗନ ପାଉଡର, ବଜ୍ରକପ୍ତା କାତି, ହରିଣ ସିଙ୍ଘ, ଶିକାରରେ ବ୍ୟବହୃତ ବଲ ବେରିଙ୍ଗ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ ହୋଇଛି। ଶିମିଳିପାଳ ଭିତରେ ଫରେଷ୍ଟ ଗାର୍ଡ ହତ୍ୟାକାଣ୍ଡ ମାମଲାରେ ଜିଲ୍ଲାରେ ଚଢ଼ାଉ ଜାରି ରହିଥିବା ବେଳେ ସର୍ଚ୍ଚ ଅପରେସନରେ ମୟୂରଭଞ୍ଜ ପୋଲିସକୁ ବିପୁଳ ପରିମାଣର ବନ୍ଧୁକ ମିଳିଛି।ଶିକାରୀମାନେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ତାଙ୍କୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଯୋଗାଉଥିଲା ସେ ନେଇ ଖୋଳତାଡ ଚାଲିଛି।
Powered by Froala Editor