୧୦୮ଟି ଯୁଦ୍ଧାସ୍ତ୍ର ଆମଦାନୀ ବ୍ୟାନ୍ କଲା ଭାରତ, ପୂର୍ବରୁ ୧୦୨ ଯୁଦ୍ଧାସ୍ତ୍ରରେ ଲାଗିଥିଲା ରୋକ
୧୦୮ଟି ଯୁଦ୍ଧାସ୍ତ୍ର ଆମଦାନୀକୁ ଭାରତ ବ୍ୟାନ୍ କରିଛି । ଅର୍ଥାତ୍ ଏଗୁଡ଼ିକ ଆଉ ଇମ୍ପୋର୍ଟ ନ କରାଯାଇ ଭାରତରେ ହିଁ ଉତ୍ପାଦନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବା ସହିତ ବ୍ୟାନ୍ ଯୁଦ୍ଧାସ୍ତ୍ର ଲିଷ୍ଟ ଜାରି କରାଯାଇଛି । ତେବେ ବ୍ୟାନ୍ ଲଗାଯାଇଥିବା ୧୦୮ଟି ନୂଆ ଯୁଦ୍ଧ ସାମଗ୍ରୀକୁ ମିଶାଇଲେ ବିଦେଶରୁ ଆମଦାନୀ ହେଉଥିବା ମୋଟ ୨୦୯ ଯୁଦ୍ଧାସ୍ତ୍ର ଉପରେ ରୋକ୍ ଲଗା ଗଲାଣି। ଏହା ପୂର୍ବରୁ ୧୦୨ଟି ଯୁଦ୍ଧ ସାମଗ୍ରୀ ଉପରେ ବ୍ୟାନ୍ ଲଗାଯାଇଥିଲା।
ଅସ୍ତ୍ରଶସ୍ତ୍ର ପ୍ରଣାଳୀକୁ ଧ୍ୟାନରେ ରଖି ଦ୍ୱିତୀୟ ତାଲିକାରେ ଯୁଦ୍ଧାସ୍ତ୍ର ବ୍ୟାନ୍ କରାଯାଇଛି । ଦେଶରେ ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ଘରୋଇ କମ୍ପାନୀମାନଙ୍କ ସହିତ ଆଲଚୋନା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଦ୍ୱିତୀୟ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ସିଷ୍ଟମ୍ ପାଇଁ ବର୍ତ୍ତମାନ ପରୀକ୍ଷଣ ଜାରି ରହିଛି । ଭବିଷ୍ୟତରେ ଏହାକୁ ବଡ଼ ଆକାରରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତି ରକ୍ଷା ମନ୍ତ୍ରାଳୟ କହିଛି। ୨୦୨୧ ଡିସେମ୍ବର ଠାରୁ ୨୦୨୫ ଡିସେମ୍ବର ମଧ୍ୟରେ ଧୀରେ ଧୀରେ ଏହି ବ୍ୟାନ୍ ନିର୍ଦ୍ଦେଶ ଲାଗୁ ହେବ। ଏହି ୧୦୮ ଯୁଦ୍ଧ ସାମଗ୍ରୀ ମଧ୍ୟରୁ ଚଳିତ ବର୍ଷ ଡିସେମ୍ବର ମାସ ଠାରୁ ୪୯ଟି ଯୁଦ୍ଧାସ୍ତ୍ର ଉପରେ ବ୍ୟାନ୍ ନିର୍ଦ୍ଦେଶ ଲାଗୁ ହେବ ବୋଲି ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।
Powered by Froala Editor