ରକ୍ ଷ୍ଟାର୍ ମାରିଲିନ୍ ଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଏକ୍ସ ଗର୍ଲଫ୍ରେଣ୍ଡ

ବଳାତ୍କାର ଓ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆସିଛି ହଲିଉଡ ସିଙ୍ଗର Marilyn manson ଙ୍କ ନାଁରେ । ଏହି ଅଭିଯୋଗ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଜେନ ଡୋ । ମହିଳା ଜଣଙ୍କ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରି କହିଛନ୍ତି ୨୦୧୧ ମସିହାରେ ଗାୟକ ତାଙ୍କୁ ଅନେକ ଥର ବଳାତ୍କାର କରିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ, ସେ Marilynଙ୍କୁ ୧୦ ବର୍ଷରୁ ଅଧିକ ସମୟ ଧରି ଡେଟ କରୁଥିଲେ । ଆଉ ଏହାରି ମଧ୍ୟରେ ସେ ତାଙ୍କୁ ଅନେକ ଥର ବଳାତ୍କାର କରିଛନ୍ତି । କେବଳ ଏତିକି ନୁହେଁ ସେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଜେନ୍ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ମେରାଲିନ୍ ଅନ୍ୟ ଜଣେ ମହିଳାଙ୍କୁ ରେପ୍ କରୁଥିବାର ପ୍ରମାଣ ତାଙ୍କ ପାଖରେ ରହିଛି। ଏ ସମ୍ପର୍କିତ ଭିଡିଓ ସେ ଦେଖାଉଛନ୍ତି। ଉକ୍ତ ଭିଡିଓରେ ମହିଳା ଜଣଙ୍କ ଏକ ଚେୟାରରରେ ବନ୍ଧା ହୋଇଥିଲେ । ଲସ୍ ଏଞ୍ଜେଲେସ ପୁଲିସ୍ ଏହି ମାମଲାର ଯାଂଚ କରୁଛି । ହେଲେ Marilyn mansonଙ୍କ ଟିମ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି।
ଏହା ପ୍ରଥମ ଥର ନୁହେଁ ଯେ ମାରିଲିନ୍ ମାନସନଙ୍କ ଉପରେ ଗୁରୁତର ଅଭିଯୋଗ ହୋଇଛି । ଏହାପୂର୍ବରୁ ମଧ୍ୟ ଅନେକ ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି। ଗାୟକଙ୍କ ପୂର୍ବତନ ଆସିଷ୍ଟାଣ୍ଟ ଆସଲେ ୱାଲ୍ଟର, ମୋର୍ଗାନ ସ୍ମିଥଲାଇନ, ଅଭିନେତ୍ରୀ ଇଭାନ ରାଇଚଲ ଉଡଙ୍କ ସମେତ ୧୫ ଜଣ ମହିଳା ମାରିଲିନ ମାନସନଙ୍କ ଉପରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି।
Powered by Froala Editor