ସହାୟତା ରାଶି ବଢ଼ାଇବାକୁ ଘୋଷଣା କଲା ହକି ଇଣ୍ଡିଆ
ଏଣିକି ଅଧିକ ଉନ୍ନତ ହେବ ହକି । ଜିଲ୍ଲାଠୁ ରାଜ୍ୟ ସ୍ତରରେ ଖେଳୁଥିବା ଖେଳାଳିଙ୍କୁ ମିଳିବ ଅଧିକ ସୁବିଧା । କାରଣ ହକି ଇଣ୍ଡିଆ ସହାୟତା ରାଶି ବୃଦ୍ଧି କରିଛି । ସମସ୍ତ ରାଜ୍ୟ ଫେଡେରେଶନ୍ ଓ ଜିଲା ପାଇଁ ହକି ଇଣ୍ଡିଆ ଆର୍ଥିକ ସହାୟତା ବୃଦ୍ଧି ଘୋଷଣା କରିଛି । ଚଳିତ ୨୦୨୩ରୁ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ପୂର୍ବରୁ ପ୍ରତ୍ୟେକ ଟୁର୍ନାମେଣ୍ଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମ୍ପୃକ୍ତ ବୋର୍ଡକୁ ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ପ୍ରାରମ୍ଭିକ ଭାବରେ ୧ ଲକ୍ଷ ଟଙ୍କାର ଅର୍ଥରାଶି ବଢାଇବାକୁ ଯୋଜନା କରାଯାଇଛି। ବର୍ଦ୍ଧିତ ଅର୍ଥରାଶିକୁ ଇନ୍ସେଣ୍ଟିଭ ଜରିଆରେ ସମ୍ପୃକ୍ତ ରାଜ୍ୟ କିମ୍ବା ଜିଲା ୟୁନିଟକୁ ପ୍ରଦାନ କରାଯିବ।
ଏହା ସହିତ କୌଣସି ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟର ସଫଳ ଆୟୋଜନ ପରେ ସମ୍ପୃକ୍ତ ରାଜ୍ୟ ୟୁନିଟକୁ ୧୦ ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ମିଳିବ। ଏହି ଘୋଷଣା ପରେ ଖେଳାଳିମାନେ ଉତ୍ସାହିତ ହୋଇପଡିଛନ୍ତି ।
Powered by Froala Editor