ବଜ୍ରାଘାତରେ ଟଳିପଡ଼ିଲେ ୫୦ରୁ ଅଧିକ ମାଙ୍କଡ

ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । କାଳବୈଶାଖୀ ବର୍ଷା ସମୟରେ ହୋଇଥିବା ବଜ୍ରପାତରେ ଚାଲିଯାଇଛି ୫୦ରୁ ଉର୍ଦ୍ଧ୍ବ ମାଙ୍କଡଙ୍କ ଜୀବନ।
ସୋମବାର ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ ସମୟରେ ଅଚାନକ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏହି ସମୟରେ ଗଡସାହି ବାଲିଆପାଳ ପଞ୍ଚାୟତର ପ୍ରତାପ ମାଝୀଙ୍କର ବାଡିରେ ଥିବା ୧୫୦ ବର୍ଷର ଏକ ପୁରୁଣା ତେନ୍ତୁଳି ଗଛ ଉପରେ ବଜ୍ରପାତ ହୋଇଥିଲା। ଏହି ଗଛରେ ବହୁ ମାଙ୍କଡ ବସିଥିଲେ। ବର୍ଷା ଛାଡ଼ିବା ପରେ ଗଛମୂଳରେ ୫୦ରୁ ଉର୍ଦ୍ଧ୍ବ ମାଙ୍କଡ ମରି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ବିଦ୍ୟୁତ ସରବରାହ ବନ୍ଦ ଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟିଛି। ଏ ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ବ୍ୟକ୍ତି ଜଣକ ବନବିଭାଗ ଓ ବିଦ୍ୟୁତ୍ ବିଭାଗକୁ ଖବର ଦେଇଛନ୍ତି ।
Powered by Froala Editor