ବ୍ରହ୍ମାସ୍ତ୍ରର ୧୦ ଟିଜରକୁ ଅନୁମତି ଦେଲା କ୍ରିଏଟିଭସ୍ ସେଂଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ୍

କରୋନାର ଭୟାଭୟତା ସମଗ୍ର ବିଶ୍ୱକୁ ଘେରି ରହିଛି । କରୋନା ଯୋଗୁଁ ସମସ୍ତ ଚଳଚ୍ଚିତ ଏବଂ ସିନେମାହଲ୍ ମାନ ବନ୍ଦ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନା ଯୋଗୁଁ ୧ ବର୍ଷ ଧରି ରିଲିଜ୍ ନ ହୋଇ ସ୍ଥଗିତ ହୋଇ ରହିଛି । ଧର୍ମା ପ୍ରଡକ୍ସନର ଏହି ଫିଲ୍ମ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମ ଏବେ ରିଲିଜ୍ ହୋଇ ନ ପାରିଲେ ବି ଏହାର ୧୦ ଟିଜର ଏବଂ ୧୩ ମୋଶନ ପୋଷ୍ଟର୍ସକୁ କ୍ରିଏଟିଭସ୍ ସେଂଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ୍ ଅନୁମତି ପ୍ରଦାନ କରିଛି । ରଣବୀରଙ୍କ ପୂର୍ବରୁ ଏହି ଫିଲ୍ମ ପାଇଁ ପ୍ରଥମେ ଆବେଦନ କରିଥିଲେ କରନ ଜୋହାର । ଏବେ ଏହି ଟିଜରକୁ ୟୁ ସାର୍ଟିଫିକେଟ୍ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଅୟାନ ମୂର୍ଖାଜୀ ତୁଲାଇଛନ୍ତି । ରଣବୀରଙ୍କ ବ୍ୟତୀତ ଏହି ଫିଲ୍ମରେ ଆଲିୟା ଭଟ୍ଟ,ମୌନୀ ରାୟ,ନାଗାର୍ଜୁନ ଓ ଡିମ୍ପଲ୍ କାପାଡିଆ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହା ବ୍ୟତୀତ ଏହି ଫିଲ୍ମର ୩ଟି ପାର୍ଟ ହେବ ବୋଲି ଜଣାପଡିଛି ।
Powered by Froala Editor