ମାତ୍ର ୩୨ ବର୍ଷରେ ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତାଙ୍କ ମୃତ୍ୟୁ
ଅଲମ୍ପିକ୍ରେ ତିନିଥର ପଦକ ଜିତିଥିବା ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଫ୍ଲୋରିଡାର ଓଲାଣ୍ଡୋ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଛି। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ତେବେ ତାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କୁହାଯାଇଛି । ବେଶ କିଛି ଦିନ ହେଲା ଟୋରି ଅଭ୍ୟାସ ପାଇଁ ଯାଉ ନଥିଲେ। ଏଥିପାଇଁ ଆଥଲେଟିକ୍ସ ବିଭାଗର ଜଣେ ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ଟୋରିଙ୍କ ମୃତଦେହ ଘର ଭିତରୁ ମିଳିଥିଲା।
ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବାଓ୍ୱାଇ ଅଲିମ୍ପିକ୍ସରେ ୩ଟି ପଦକ ଓ ଦୁଇଟି ବିଶ୍ୱ ଟାଇଟଲ ହାତେଇଥିଲେ। ଆମେରିକାର ଆଥଲେଟିକ୍ସ ଆସୋସିଏସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଟୋରିଙ୍କ ଦେହାନ୍ତରେ ଅନେକ ଖେଳାଳି ଶୋକ ମଧ୍ୟ ପ୍ରକାଶ କରିଛନ୍ତି।
Powered by Froala Editor