ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ ସିଂହ ବାଦଲଙ୍କର ଦେହାନ୍ତ ହୋଇଛି। ରବିବାର ଅସୁସ୍ଥତା କାରଣରୁ ବାଦଲଙ୍କୁ ମୋହାଲିର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉକ୍ତ ହସ୍ପିଟାଲରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।
ସୂଚନା ଅନୁଯାୟୀ, ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତାଙ୍କୁ ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟାରେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ପ୍ରକାଶ ସିଂହ ବାଦଲ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ପ୍ରକାଶ ସିଂ ବାଦଲ ୧୯୨୭ ଡିସେମ୍ବରରେ ପଞ୍ଜାବର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ । ଅକାଳୀ ଦଳର ଏହି ବରିଷ୍ଠ ନେତା ୫ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ । ସୁଖବୀର ସିଂହ ବାଦଲ ତାଙ୍କ ପୁଅ। ଶ୍ରୀ ବାଦଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି । ଟୁଇଟ୍ କରି ମୋଦୀ ଲେଖିଛନ୍ତି ଯେ ସେ ଭାରତୀୟ ରାଜନୀତିରେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଥିଲେ ।
Powered by Froala Editor