ମତୁଆଲା କରୁଛି କୁନି ଝିଅର ପିଆନୋ : ପ୍ରଧାନମନ୍ତ୍ରୀ ବି କଲେ ଭିଡିଓ ସେୟାର

ଅତି କୋମଳ, କମନୀୟ । ହାତରେ ଯେମିତି ଜାଦୁ ରହିଛି । ହଁ ଏମିତି ଜଣେ ଶିଶୁ କଳାକାରଙ୍କ ଭିଡିଓ ଏବେ ଇଣ୍ଟରନେଟ୍ରେ ଭାଇରାଲ ହେଉଛି । ଶିଶୁ ଜଣକ ପିଆନୋ ବଜାଉଛନ୍ତି । ପଛରୁ ମା’ ଗୀତ ଗାଉଛନ୍ତି । ଏହି ଭିଡିଓରେ ଏପର୍ଯ୍ୟନ୍ତ ହଜାର ହଜାର ଲାଇକ୍ ଏବଂ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ଏହା ବ୍ୟତୀତ ଏହାକୁ ଅନେକ ଥର ସେୟାର କରାଯାଇଛି । ଶିଶୁଟି ଏତେ ସୁନ୍ଦର ଭାବେ ପିଆନୋ ବଜାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ଫ୍ୟାନ ପାଲଟି ଯାଇଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସୁନ୍ଦର ଭିଡିଓ ଉପଭୋକ୍ତାଙ୍କ ବହୁତ ପସନ୍ଦ ହୋଇଛି ଏବଂ ଏହାକୁ ଅନେକ ଲୋକ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେୟାର କରିଥିବା ଜଣାପଡ଼ିଛି । ଏହା ସହିତ ଏକ ଅତି ସୁନ୍ଦର କ୍ୟାପସନ୍ ମଧ୍ୟ ଦେଇଛନ୍ତି - ଏହି ଭିଡିଓ ସମସ୍ତଙ୍କ ମୁହଁରେ ହସ ଆଣିଦେଉ …. ପ୍ରତିଭା ଏବଂ ସୃଜନଶୀଳତା … ଶାଲମାଲିଙ୍କୁ ଅନେକ ଅଭିନନ୍ଦନ ।
ଅନ୍ୟ ଜଣେ ଉପଭୋକ୍ତା ଏକ ଜିବ୍ ନେଇ ଲେଖିଛନ୍ତି ଯେ ମୋଦୀ ଜୀ ଦକ୍ଷିଣ ଭାରତର ଭୋଟରଙ୍କୁ ଯୋଡିବାକୁ ଚେଷ୍ଟା କରୁଥିବା ଜଣାପଡିଛି।
Powered by Froala Editor