ପୂର୍ବ ଶତ୍ରୁତା: ଚାରି ସଦସ୍ୟଙ୍କୁ ଖଣ୍ଡା ଭୁଜାଲିରେ ଆକ୍ରମଣ କଲେ ଦୁବୃର୍ତ୍ତ

ସୋର : ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ନଇଛଣପୁର ଗାଁରେ ଅଭାବନୀୟ ଘଟଣା । ଗୋଡାଇ ଗୋଡ଼ାଇ ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଦୁଇ ପୁଅକୁ ହାଣିଲେ ଦୁବୃର୍ତ୍ତ । ପୂର୍ବ ଶତ୍ରୁତାରୁ ଏମିତି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଥାଉକି, ଗୁରୁବାର ରାତି ୧୦ ଟାରେ ନଇଛଣପୁର ଗାଆଁର ରମେଶ ମଲ୍ଲିକଙ୍କ ଘରେ ପଶିଥିଲେ ୧୦ରୁ ଉର୍ଦ୍ଧ୍ୱ ଯୁବକ । ଏମିତିକି ଧାରୁଆ ଅସ୍ତ୍ର ଧରି ପରିବାରର ଚାରି ସଦସ୍ୟଙ୍କୁ ଖଣ୍ଡା ଭୁଜାଲିରେ କରିଥିଲେ ଆକ୍ରମଣ ।
ରମେଶ ମଲ୍ଲିକଙ୍କ ସମେତ ସ୍ତ୍ରୀ ସରସ୍ଵତୀ ମଲ୍ଲିକ ପୁଅ ଖଗେନ୍ଦ୍ର ଓ ପର୍ଶୁରାମକୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଧାରୁଆସ୍ତ୍ରରେ ହାଣି ଗୁରୁତର କରିଥିଲେ । ସମସ୍ତ ଗୁରୁତରଙ୍କୁ ଖନ୍ତାପଡା ଡାକ୍ତରଖାନାରୁ ବାଲେଶ୍ୱରକୁ ସ୍ଥାନାନ୍ତିତ କରାଯାଇଛି । ତେବେ ସ୍ତ୍ରୀଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସ୍ତ୍ରୀ ସରସ୍ଵତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Powered by Froala Editor