ମାଆକୁ ହତ୍ୟାକଲା ନୃଶଂସ ପୁଅ

ବାଙ୍ଗିରିପୋଷି : ଜନ୍ମକଲା ମାଆକୁ ହତ୍ୟାକଲା ନୃଶଂସ ପୁଅ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି କାର୍ମି ମୁର୍ମୁ (୬୦ ବର୍ଷ) ।
ସୂଚନା ଅନୁସାରେ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗ୍ରାମର ଗଜେନ୍ଦ୍ର ମୁର୍ମୁ ବୁଧବାର ବିଳମ୍ବିତ ରାତିରେ ନିଜ ମାଆ କାର୍ମିଙ୍କ ସହ ଝଗଡା କରିଥିଲେ। ଶାଶକ୍ତ ଅବସ୍ଥାରେ ଗଜେନ୍ଦ୍ର ହଠାତ୍ ଉତକ୍ଷିପ୍ତ ହୋଇ ମାଆର ତଣ୍ଟି ଚିପି ମାରି ଦେଇଥିଲା । ତେବେ ହତ୍ୟା ପରେ ବାଙ୍ଗିରିପୋଷି ପୁଲିସ ନିକଟରେ ସେ ଆତ୍ମସମର୍ପଣ କରିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଚଳାଇଛି । ଡାହାଣୀ ସନ୍ଦେହରେ ହତ୍ୟା କରିଥିବା ସୂଚନା ମିଳିଛି।
Powered by Froala Editor