କୁର୍ଲି ଗାଁରେ ବୁଲୁଛି ବାଘ!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟସ୍ଥ କୁର୍ଲି ଗାଁରେ ଦେଖାଦେଇଛି ବାଘ ଆତଙ୍କ । ବାଘ ବୁଲୁଥିବା ଖବର ପ୍ରଚାରିତ ହେବା ପରଠୁ ଲୋକେ ଘରେ ତାଟି କବାଟ ପକାଇ ରହୁଛନ୍ତି। ଏପରିକି ଗାଁ ନିକଟରେ କିଛି ପାଦ ଚିହ୍ନ ଠାବ ହୋଇଥିବା ବେଳେ ତାହା ବାଘ ନା ଆଉ କିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।
ଗତକାଲି ସନ୍ଧ୍ୟାରେ କୁର୍ଲି ଗାଁ ନିକଟରେ ବାଘ ବୁଲୁଥିବା ଗାଁରେ ପ୍ରଚାରିତ ହୋଇଥିଲା। ଏପରିକି ଗାଁ ନିକଟ ଏକ ଛୋଟ ପୋଲ ଉପରେ କଲରାପତରିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ହେବାକୁ ଲାଗିଲା। ଭିଡ଼ିଓ ଟି କୁର୍ଲି ଗାଁ ର ବୋଲି ପ୍ରଚାର ହେବା ପରେ ଭୟଭୀତ ହୋଇଯାଇଛନ୍ତି ଗାଁ ଲୋକେ ।
ଏପରିକି ଏହା ପ୍ରଚାରିତ ହେବା ପରେ କୁର୍ଲି ଗାଁକୁ ଲାଗିକି ଥିବା କଣ୍ଟାବାଞ୍ଜି ସହରବାସୀ ମଧ୍ୟ ଆତଙ୍କିତ । ଗାଁ ଲୋକେ ଭୟରେ ଥିବା ଜାଣିବା ପରେ ରାତିରେ କଣ୍ଟାବାଞ୍ଜି ରେଞ୍ଜର ଏବଂ ଫରେଷ୍ଟ ଟିମ ପହଞ୍ଚିଥିଲେ ଗାଁରେ ପହଞ୍ଚିଥିଲେ। ସେମାନେ ବାଘକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଭୟଭୀତ ନ ହେବାକୁ ଲୋକଙ୍କୁ ସଚେତନ କରିଛନ୍ତି।
Powered by Froala Editor