ଏଆଇଏଡିଏମକେରେ ମିଶିଲେ ବିଜେପିର ୧୩ କର୍ମକର୍ତ୍ତା

ତାମିଲନାଡୁରେ ବିଜେପିର ମୋଟ ୧୩ ଜଣ କର୍ମକର୍ତ୍ତା ଆଜି ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ)ରେ ଯୋଗ ଦେଇଛନ୍ତି। ଏହି ୧୩ ଜଣ ଦଳୀୟ ନେତା ଚେନ୍ନାଇ ପଶ୍ଚିମରେ ଥିବା ବିଜେପିର ଆଇଟି ଶାଖାର ସଦସ୍ୟ ଥିଲେ। ବିଜେପି ଆଇଟି ୱିଙ୍ଗର ଜିଲ୍ଲା ସଭାପତି ଅନବରସନ ଏକ ବିବୃତିରେ କହିଛନ୍ତି, ମୁଁ ବର୍ଷ ବର୍ଷ ଧରି ବିଜେପି ପାଇଁ କାମ କରିଛି। ଲୋକମାନେ ଜାଣନ୍ତି ଯେ ମୁଁ କେବେ ବି କୌଣସି ପଦ ଆଶା କରିନାହିଁ। ଗତ କିଛି ଦିନ ଧରି ଦଳରେ ଦେଖାଦେଇଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।
ତେବେ ଏହି ୧୩ ଜଣଙ୍କୁ ଏଆଇଡିଏମକେ କିଣିଥିବା ବିଜେପି ଅଭିଯୋଗ କରିଛି। ଏଡାପ୍ପାଡି ପଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ ଏହି ନେତାଙ୍କୁ ‘ପୋଚିଂ’ କରିଥିବା ନେଇ ବିଜେପି ରାଜ୍ୟ ୟୁନିଟ୍ ଅଭିଯୋଗ ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।
ଉଲ୍ଲେଖଯୋଗ୍ୟ, ନିକଟରେ ବିଜେପିର ଅନେକ ବିଧାୟକ ଇସ୍ତଫା ଦେଇ ଏଆଇଏଡିଏମକେରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଦିନ ବିଜେପି ବୁଦ୍ଧିଜୀବୀ ଶାଖା ରାଜ୍ୟ ସମ୍ପାଦକ କ୍ରିଷ୍ଣନ, ଆଇଟି ଶାଖା ରାଜ୍ୟ ସମ୍ପାଦକ ଦିଲୀପ କାନନ, ତ୍ରିଚି ଗ୍ରାମୀଣ ଜିଲ୍ଲା ଉପାଧ୍ୟକ୍ଷ ବିଜୟ ଏବଂ ରାଜ୍ୟ ଓବିସି ଶାଖା ସମ୍ପାଦକ ଅମ୍ମୁ ଏଡାପାଡି କେ ପଲାନିସ୍ୱାମୀଙ୍କ ସହ ବୈଠକ କରିବା ପରେ ଏଆଇଏଡିଏମକେରେ ଯୋଗ ଦେଇଥିଲେ।
Powered by Froala Editor