ଗର୍ଭବତୀ ପରେ ଓଜନ ବଢ଼ିଥିଲେ, କରନ୍ତୁ ଏଭଳି କାମ

ମା ହେବା ସ୍ବପ୍ନ ଯେତେବେଳେ ବାସ୍ତବରେ ପରିଣତ ହୋଇଯାଏ ସେତେବେଳେ ଏକ ଭିନ୍ନ ପ୍ରକାର ଅନୁଭବ ହୋଇଥାଏ। କହିପାରିବେ କି ଜଣେ ମହିଳା ପାଇଁ ଦୁନିଆର ସବୁଠୁ ନିଆରା ଖୁସି କଣ ହୋଇଥାଏ। ଯେତେବେଳେ ସେ ମା ହୁଏ। ମାତ୍ର ଏହି ଖୁସି ଆସିବା ସହିତ କିଛି ଦାୟିତ୍ବ ଏବଂ ଅସୁବିଧା ମଧ୍ୟ ଆଣିକି ଆସିଥାଏ। ଏହି ଅସୁବିଧା ଭିତରେ ସବୁଠୁ ବଡ଼ ଚିନ୍ତା ହେଉଛି କି ମହିଳାଙ୍କ ଓଜନ ବଢ଼ିବା। ଗର୍ଭବତୀ ପରେ ଓଜନ ବଢ଼ିବା ଏକ ସାଧାରଣ କଥା। ସେ ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କଷ୍ଟ ହୋଇପଡ଼େ। ଏହିସବୁ ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ତେବେ ଜାଣନ୍ତୁ ଓଜନ କମାଇବାକୁ ହେଲେ କେଉଁ ପ୍ରକାର ବ୍ୟାୟମ କରିବାକୁ ପଡ଼ିବ।
ଓଜନ କମାଇବା ପାଇଁ ହେଲେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚାଲନ୍ତୁ। ଏହା କରିବା ନିହାତି ଜରୁରୀ। ଚାଳିବା ଦ୍ବାରା ଆପଣଙ୍କ ଓଜନ ଖୁବ୍ ଶୀଘ୍ର କମ ହୋଇଯିବ।
ସ୍ତନପାନ କରାଇବା ଅର୍ଥାତ୍ ଛୁଆକୁ ମାର କ୍ଷୀର ପିଆଇବା ଦ୍ବାରା ଶରୀର ୩୦୦ରୁ ୫୦୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। ଆମେରିକାନ୍ ଜର୍ନଲ ଗବେଷଣା କରିବା ପରେ ଜଣାପଡ଼ିଛି କି ସ୍ତନପାନ କରାଉଥିବା ମହିଳାମାନଙ୍କୁ ଓଜନ କମାଇବାରେ ବେଶି କଷ୍ଟ କରିବାକୁ ପଡ଼େ ନାହିଁ।
ଗର୍ଭବତୀ ପରେ ଓଜନ କମାଇବା ପାଇଁ ଯୋଗ ସବୁଠୁ ଭଲ ଉପାୟ। ଏହା କରିବା ପୂର୍ବରୁ କୈାଣସି ଯୋଗ ଗୁରୁ ଠାରୁ ପ୍ରଶିକ୍ଷଣ ଦେବା ଜରୁରୀ।
ଓଜନ କମାଇବା ପାଇଁ ଚାହୁଁଥିଲେ ପାଣି ଅଧିକ ପିଅନ୍ତୁ। ପ୍ରତିଦିନ ୧୦ରୁ ୧୨ ଗିଲାସ ପାରି ପିଇବା ଜରୁରୀ। ଏହା ଦ୍ବାରା ଶରୀରର ଓଜନ କମ୍ ହୋଇଥାଏ।
ଯଦି ନିଦ ହେଉନଥିବ ତେବେ ଭରପୁର ମାତ୍ରରେ ପନିପରିବା ଖାଆନ୍ତୁ। ସ୍ବାସ୍ଥୃ ପାଇଁ ଏହା ହିତକର।
Powered by Froala Editor