ଏପରି କରନ୍ତୁ ନଷ୍ଟ ହେବନି ସବୁଜ ମଟର
ବଜାରରୁ ଫ୍ରୋଜେନ୍ ସବୁଜ ମଟର କିଣିବା ବଦଳରେ ଏଥରକ ଘରେ ସେଥିପାଇଁ ପ୍ରସ୍ତୁତି କରନ୍ତୁ । ବଜାରରୁ ୨-୩ କିଲୋ ମଟର କିଣି ଆଣିବେ । ଗୋଟିଏ ବଡ଼ ପାତ୍ରରେ ପାଣି ଭର୍ତ୍ତି କରି ଫୁଟାନ୍ତୁ । ସେଥିରେ ମଟରକୁ ଚୋପା ସହ ପକାଇ ଆଉ ୨-୩ ମିନିଟ ଫୁଟାଇବେ । ଏବେ ଚୁଲା ବନ୍ଦ କରି ପାଣିକୁ ଥଣ୍ଡା ହେବାକୁ ଛାଡ଼ନ୍ତୁ । ପାଣି ଥଣ୍ଡା ହେବା ପରେ ମଟର ଚୋପାକୁ ହାତରେ ମଳିଦେବା ମାତ୍ରକେ ମଟର ବାହାରି ଆସିବ । ଏହାକୁ ପାଣିରୁ ଛାଣି ଶୁଖାଇଦେବେ । ଗୋଟିଏ ଡବାରେ ଭର୍ତ୍ତି କରି ଡିପ ଫି୍ରଜରରେ ରଖି ବର୍ଷ ଯାକ ବ୍ୟବହାର କରନ୍ତୁ ।
- ଧନିଆ ପତ୍ର ଡେମ୍ଫକୁ ଆମେ ଫିଙ୍ଗିଦେଉ । ସେଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ଭରି ରହିଛି । ଡେମ୍ଫକୁ ଚୂନାଚୂନା କାଟି ସୁପରେ ପକାଇ ପିଇପାରିବେ
- ରସୁଣରୁ ଚୋପା ଛଡ଼ାଇବା ଭାରି କାଠିକର କାମ । ଗୋଟିଏ ଛୁରୀରେ ରସୁଣ ବୁଦାକୁ କଣା କରି ଚୁଲା ଉପରେ ରଖି କିଛି ସମୟ ନିଆଁ ଉପରେ ରସୁଣକୁ ଏପଟ-ସେପଟ କରନ୍ତୁ । ଥଣ୍ଡା ହେବା ପରେ ଚୋପା ଛଡ଼ାଇବେ । ଦେଖିବେ, ଶୀଘ୍ର ଚୋପା ବାହାରିଯିବ ।
Powered by Froala Editor