କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ ମାମଲା : ୫ ବର୍ଷର ଝିଅ ଆକ୍ରାନ୍ତ
କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟର ରାଇଚୁର୍ ଜିଲ୍ଲାରେ ଜଣେ ୫ ବର୍ଷୀୟା ଝିଅ ନିକଟରେ ଏହି ଭାଇରସ୍ ଚିହ୍ନଟ କରାଯାଇଛି। ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍ ମାମଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି।
ସରକାର ଏହି ଭାଇରସ୍ ବିରୋଧରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସେ ଆଶ୍ବାସନା ଦେଇଛନ୍ତି। ଲୋକମାନଙ୍କୁ ଭୟଭୀତ ନେହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ପୂର୍ବରୁ ଡିସେମ୍ବର ୮ ତାରିଖରେ ପୁଣେରେ ଜିକା ଭାଇରସ୍ ମାମଲା ଚିହ୍ନଟ ହୋଇଥିଲା। ୫ ତାରିଖରେ ପରୀକ୍ଷା ପାଇଁ ୩ଟି ନମୁନା ପଠାଯାଇଥିବା ବେଳେ ସେଥିରୁ ୨ଟି ନେଗେଟିଭ୍ ଆସିଥିଲା ଓ ଜଣଙ୍କ ଶରୀରରେ ଜିକା ଭାଇରସ୍ ଚିହ୍ନଟ ହୋଇଥିଲା।
Powered by Froala Editor