କୋଚିଂରୁ ପ୍ରେମ : ୫୦ ବର୍ଷୀୟ ଶିକ୍ଷକଙ୍କୁ ବାହା ହେଲେ ୨୦ ବର୍ଷର ଛାତ୍ରୀ

ବିହାରର ସମସ୍ତିପୁରର ସଙ୍ଗୀତ କୁମାର ନାମକ ଜଣେ ଶିକ୍ଷକ ୨୦ ବର୍ଷୀୟ ଛାତ୍ରୀ ଶ୍ୱେତା କୁମାରୀଙ୍କୁ ବିବାହ କରିଛନ୍ତି । ଗୁରୁବାର ସମସ୍ତିପୁରର ଏକ ମନ୍ଦିରରେ ଉଭୟ ବିବାହ କରିଛନ୍ତି । ବିବାହରେ ଉଭୟଙ୍କ ବନ୍ଧୁ ପ୍ରିୟଜନ ଉପସ୍ଥିତ ଥିଲେ । ଏମାନଙ୍କ ବିବାହ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କିଛି ବର୍ଷ ପୂର୍ବେ ସଙ୍ଗୀତଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶ୍ୱେତା ଇଂରାଜୀ କୋଚିଂ ନେବା ପାଇଁ ଘର ନିକଟସ୍ଥ ଏକ କୋଚିଂ ସେଣ୍ଟରକୁ ଯାଉଥିଲେ । ସେଠାରେ ୫୦ ବର୍ଷୀୟ ସଙ୍ଗୀତ ଇଂରାଜୀ ପଢ଼ାଉଥିଲେ । ତାଙ୍କ ପାଖରେ ପାଠ ପଢ଼ୁଥିବା ସମୟରେ ଇଂରାଜୀ ଶିକ୍ଷକଙ୍କୁ ଭଲପାଇ ବସିଥିଲେ ଶ୍ୱେତା । ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ ।
Powered by Froala Editor