ହାଇଦ୍ରାବାଦରେ ସ୍ଥାପନ ହେଲା ଦେଶର ପ୍ରଥମ ଗୋଲ୍ଡ ଏଟିଏମ୍
ଭାରତ ହାଇଦ୍ରାବାଦରେ ପ୍ରଥମ କରି ସୁନା ବାହାରୁଥିବା ଏଟିଏମ୍ ସ୍ଥାପନ କରାଯାଇଛି। ଏଟିଏମରୁ ଟଙ୍କା ବଦଳରେ ବାହାରୁଛି ସୁନା କଏନ। ଗୋଲ୍ଡସିକ୍କା କମ୍ପାନୀ ତରଫରୁ ଏହି ଏଟିଏମ ଲଗାଯାଇଛି। ଏହା ଦେଶର ଗୋଲ୍ଡ ଏଟିଏମ୍। ହାଇଦ୍ରାବାଦ ବେଗମପେଟ ରଘୁପତି ଚାମ୍ବର୍ସରେ ରହିଛି ଏହି ଏଟିଏମ। ଏହି ଏଟିଏମର ୫ କେଜି ସୁନା ରହିପାରିବାର କ୍ଷମତା ରହିଛି। ଲୋକେ ୦.୫ ଗ୍ରାମ୍ରୁ ୧୦୦ ଗ୍ରାମ୍ର ସୁନା କିଣିପାରିବେ। ଏହି ସୁନା ଏଟିଏମ୍ ମାଧ୍ୟମରେ ଲୋକମାନେ ସେମାନଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରି ସୁନା ମୁଦ୍ରା କିଣିପାରିବେ।
ଏଟିଏମରୁ ବାହାର କରାଯାଇଥିବା ମୁଦ୍ରାଗୁଡ଼ିକ ହେଉଛି ୨୪ କ୍ୟାରେଟ୍ ସୁନା। ଏହି ଏଟିଏମର ବିଶେଷତ୍ବ ହେଉଛି, ଏଥିରେ ସୁନାର ମୂଲ୍ୟ ଲାଇଭ୍ ଅପଡେଟ୍ କରାଯାଏ। ଏକାସାଙ୍ଗରେ ମୂଲ୍ୟ ଏବଂ ଟ୍ୟାକ୍ସ ଅପଡେଟ୍ ହୋଇ ପରଦାରେ ପ୍ରଦର୍ଶିତ ହୁଏ।
ଗୋଲ୍ଡସିକ୍କା ପ୍ରାଇଭେଟ ଲିମିଟେଡ୍ର ଉପସଭାପତି ପ୍ରତାପ କହିଛନ୍ତି, ଲୋକମାନେ ସୁନା ଦୋକାନକୁ ଯିବା ବଦଳରେ ଏଠାକୁ ଆସି ସହଜରେ ଗୋଲ୍ଡ କଏନ ଉଠାଇପାରିବେ। ଏହି କଏନ ଗୁଡ଼ିକ ୨୪ କ୍ୟାରେଟ୍ ଏବଂ ୯୯୯ ପଞ୍ଚିକୃତ। ଏହା ସହ ଆସନ୍ତା ସମୟରେ ହାଇଦ୍ରାବାଦରେ ୩-୪ ଏଟିଏମ ମେସିନ୍ ବସାଇବା ପାଇଁ ଯୋଜନା ରଖାଯାଇଥିବାନେଇ ସେ କହିଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ଭାରତରେ ୩୦୦୦ ଏଟିଏମ ସ୍ଥାପନ କରିବା ନେଇ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପ୍ରତାପ।
Powered by Froala Editor