୧୯୦ ବର୍ଷରେ ଜୋନାଥନ : ସରକାରୀ ଭାବେ ପୃଥିବୀର ସବୁଠୁ ପୁରାତନ ପ୍ରାଣୀ
୧୯୦ ବର୍ଷରେ ପାଦ ଦେଇଛି ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ । ଜୋନାଥନ ସେଚେଲ୍ସର ଦକ୍ଷିଣ ଆଟଲାଣ୍ଟିକର ସେଣ୍ଟ ହେଲେନାରେ ୧୯୦ ତମ ଜନ୍ମଦିନ ପାଳନ ହେଉଛି । ରବିବାର ଜୋନାଥନର ଏକ ପ୍ରିୟ ଖାଦ୍ୟ ଜନ୍ମଦିନର କେକ ସହିତ ପାଳନ କରାଯିବ ।
ଜୋନାଥନ ସେଚେଲ୍ସର ଏକ ବିଶାଳ କଇଁଛ। ନେପୋଲିଅନଙ୍କ ମୃତ୍ୟୁ ପରେ ଏହାର ଜନ୍ମ ହୋଇଥିଲା ଏବଂ ବର୍ତ୍ତମାନ ସରକାରୀ ଭାବରେ ପୃଥିବୀର ସର୍ବ ପୁରାତନ ଜୀବିତ ପ୍ରାଣୀ ଅଟେ । ଗିନିଜ ୱାଲର୍ଡ ରେକର୍ଡ ଏହାକୁ ପୁରାତନ କଇଁଛର ଆଖ୍ୟା ଦେଇଛି।
ଜୋନାଥନ ଜନ୍ମ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ତଥାପି, ଏହାର ବୟସ ୧୯୦ ବର୍ଷରୁ ମଧ୍ୟ ଅଧିକ ହୋଇପାରେ। ସ୍ଥାନୀୟ ସ୍ତରରେ, ଜୋନାଥନ ୧୮୩୨ ମସିହାରେ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ। ଜୋନାଥନ ସେଣ୍ଟ ହେଲେନାର ରାଜ୍ୟପାଳଙ୍କ ସରକାରୀ ବାସଭବନ ପ୍ଲାଣ୍ଟ ହାଉସରେ ରହିଛି। ଏହା ସହିତ, ଏଠାରେ ଆଉ ତିନି ବୃଦ୍ଧ କଇଁଛ ବାସ କରୁଛନ୍ତି। ସେମାନଙ୍କର ନାମ ଡେଭିଡ, ଏମା ଏବଂ ଫ୍ରେଡ। କୁହାଯାଏ ଯେ ଜୋନାଥନଙ୍କର ପ୍ରଥମ ଫଟୋ ୧୮୩୮ରେ ନିଆଯାଇଥିଲା ।
Powered by Froala Editor