ସୁନ୍ଦର ପିଚାଇ ପଦ୍ମଭୂଷଣରେ ସମ୍ମାନିତ
ଗୁଗଲ ଓ ଆଲ୍ଫାବେଟ୍ ସିଇଓ ସୁନ୍ଦର ପିଚାଇ ପଦ୍ମଭୂଷଣରେ ସମ୍ମାନିତ ହୋଇଛନ୍ତି । ବାଣିଜ୍ୟ ଓ ଶିଳ୍ପ ବର୍ଗରେ ସୁନ୍ଦର ପିଚାଇଙ୍କୁ ୨୦୨୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମଦୁରାଇ ଜନ୍ମିତ ପିଚାଇ ପରିବାରର ଘନିଷ୍ଠ ସଦସ୍ୟଙ୍କ ଗହଣରେ ଶୁକ୍ରବାର ଦିନ ସାନ୍ ଫ୍ରାନ୍ସିସ୍କୋରେ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଭାରତର ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁଙ୍କଠାରୁ ପଦ୍ମ ଭୂଷଣ ଗ୍ରହଣ କରିବା ବେଳେ ୫୦ ବର୍ଷିୟ ପିଚାଇ କହିଛନ୍ତି, ଭାରତ ମୋର ଅଂଶବିଶେଷ ହୋଇଥିବାରୁ ଯୁଆଡ଼େ ଯାଏ ସାଥିରେ ଭାରତକୁ ନେଇଯାଏ। ଏଭଳି ମହାନ୍ ସମ୍ମାନ ଲାଗି ଭାରତ ସରକାର ଓ ଭାରତବାସୀଙ୍କ ପ୍ରତି ମୁଁ କୃତଜ୍ଞ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିକୋଣ ପ୍ରସଙ୍ଗ ସ୍ମରଣ କରି ସୁନ୍ଦର ପିଚାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଡିଜିଟାଲ୍ ଇଣ୍ଡିଆ ଭିଜନ୍’ ନିଶ୍ଚିତରୂପେ ପ୍ରଗତିକୁ ତ୍ବରାନ୍ବିତ କରିବ। ଦୁଇ ଦଶନ୍ଧି ହେବ ସରକାର, ବାଣିଜ୍ୟ ଏବଂ ବିଭିନ୍ନ ସଙ୍ଗଠନ ସହ ମିଶି ‘ଗୁଗଲ୍’ ଭାରତରେ ନିବେଶ କରି ଚାଲିଥିବାରୁ ମୁଁ ଆନନ୍ଦିତ।
ଅନ୍ୟପଟେ ଭାରତୀୟ ରାଷ୍ଟ୍ରଦୂତ ତରନ୍ଜିତ ସିଂହ ପିଚାଇଙ୍କୁ ପଦ୍ମ ଭୂଷଣରେ ସମ୍ମାନରେ ସମ୍ମାନୀତ କରି କହିଛନ୍ତି, ପିଚାଇଙ୍କୁ ପଦ୍ମ ଭୂଷଣ ଦେଇ ମୁଁ ବେଶ୍ ଖୁସି ଅନୁଭବ କରୁଛି।
Powered by Froala Editor