ପୁଣି ଜେରା ହେଲେ ନୋରା
ନୂଆଦିଲ୍ଲୀ: ପୁଣି ଜେରା ହେଲେ ବଲିଉଡ ଅଭିନେତ୍ରୀ ନୋରା ଫତେହି। ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲା ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ନୋରାଙ୍କୁ ପଚରାଉଚରା କରିଛି। ଏଥିପାଇଁ ଗତକାଲି ଇଡି ତାଙ୍କୁ ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଡାକିଥିଲା।
ଦୀର୍ଘ ୫ ଘଣ୍ଟା ଧରି ଇଡି ତାଙ୍କୁ ପଚରାଉଚରା କରିବା ପରେ ସେ ଅଫିସରୁ ବାହାରିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ସୁକେଶଙ୍କ ଠାରୁ କୌଣସି ଗିଫ୍ଟ ନେଇଛନ୍ତି କି ବୋଲି ପଚାରିଥିଲେ। ଏହାର ଉତ୍ତରରେ ନୋରା ତାଙ୍କୁ ନାଁ ବୋଲି କହିଥିଲେ।
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଇଡି ନୋରାଙ୍କୁ ସାକ୍ଷୀ କରିଛି। କିନ୍ତୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ଏହି ମମଲାରେ ଇଡି ଅଭିଯୁକ୍ତ କରାଇଛି । ତେବେ ଏହି ମମଲାରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ନୋରାଙ୍କୁ ପୁଣି ଥରେ ଶୁକ୍ରବାର ଇଡି ଘଣ୍ଟା ଘଣ୍ଟା ଧରି ଜେରା କରିଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ଏହି ଠକେଇ ମାମଲାରେ ନୋରାଙ୍କୁ ଇଡି ବହୁଥର ପଚରାଉଚରା କରିସାରିଛି।
ସୂଚନା ମୁତାବକ, ମହାଠକ ସୁକେଶ ଓ ଜ୍ୟାକ୍ଲିନ୍ଙ୍କୁ ଭେଟଘେଟା କରାଇଥିବା ପିଙ୍କି ଇରାନୀଙ୍କୁ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ତଥା ଇଓଡବ୍ଲୁ ଗିରଫ କରିଛି। ଅନ୍ୟପଟେ ଏହି ମାମଲାରେ କୋର୍ଟ ଜ୍ୟାକଲିନ୍ଙ୍କୁ ଜାମିନ ଦେଇସାରିଛନ୍ତି।
Powered by Froala Editor