ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ରାୟପୁରରୁ ଗିରଫ
ମନି ଲଣ୍ଡରିଂ ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲାଙ୍କ ଉପ ସଚିବ ସୌମ୍ୟା ଚୌରାସିଆଙ୍କୁ ଶୁକ୍ରବାର ରାୟପୁରରୁ ଗିରଫ କରିଛି। ଗିରଫ ହୋଇଥିବା ସରକାରୀ ଅଧିକାରୀ ଏକ ବେଆଇନ ଖଣି ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ରାଡାରରେ ଥିଲେ । ଇଡି ରେଡ୍ ପୂର୍ବରୁ ଆୟକର ବିଭାଗ ତାଙ୍କ ସମ୍ପତ୍ତି ଉପରେ ରେଡ୍ କରିଥିଲା। ତାଙ୍କୁ ଇଡି ପଚରାଉଚରା ପାଇଁ ଡକାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ଦୁଇ ମାସ ମଧ୍ୟରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିମାନେ ସୌମ୍ୟଙ୍କୁ ଅନେକ ଥର ପଚରାଉଚରା କରିଥିଲେ। ଏଥିସହ ଇଡି ସର୍ଚ୍ଚ ଅପରେସନ୍ ମଧ୍ୟ କରିଥିଲା ଏବଂ ବେଆଇନ ଅର୍ଥ କାରବାର ନିରୋଧ ଆଇନ (ପିଏମଏଲଏ) ୨୦୦୨ ଅନୁଯାୟୀ ଆଜି ତାଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବଘେଲାଙ୍କ ଉପ ସଚିବ ସୌମ୍ୟା ଙ୍କ ଘରେ ୨୦୨୦ ଫେବୃଆରୀରେ ଆୟକର ବିଭାଗ ଚଢ଼ାଉ କରିଥିଲା। ସେହି ସମୟରେ ଏହାକୁ ରାଜନୈତିକ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Powered by Froala Editor