ନିର୍ବାଚନୀ ରାଲିରେ କେଜରିୱାଲ୍ଙ୍କ ଉପରେ ପଥର ମାଡ଼
ଗୁଜରାଟ ନିର୍ବାଚନୀ ରାଲିରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ଙ୍କ ଉପରେ ପଥର ମାଡ଼ ହୋଇଛି। କେଜରିୱାଲ୍ ସୋମବାର ସୁରତରେ ରୋଡ୍ ଶୋ କରୁଥିବା ବେଳେ ଦୁର୍ବୃତ୍ତମାନ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ।
ସୂଚନା ମୁତାବକ, ପଥର ମାଡ଼ ଆରମ୍ଭ ହେବା ପରେ ଅରବିନ୍ଦ କେଜ୍ରିୱାଲ ତୁରନ୍ତ ଗାଡ଼ି ଭିତରକୁ ଚାଲିଯାଇଥିଲେ। କିଛି ସମୟ ଧରି ରୋଡ୍ ସୋ’କୁ ଅଟକାଇ ଦିଆଯାଇଥିଲା। ପରେ ପୁଲିସ ଆସି ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରୁ କେଜ୍ରିୱାଲ ଗାଡ଼ିରୁ ବାହାରି ପୁଣି ରୋଡ୍ ସୋ’କୁ ଆଗକୁ ବଢ଼ାଇଥିଲେ। ତେବେ ଏହି ରୋଡ୍ ସୋ’ର ଲାଇଭ୍ କଭରେଜ କରୁଥିବା ଜାତୀୟ ଗଣମାଧ୍ୟମର କ୍ୟାମେରାରେ ମଧ୍ୟ ପଥର ବାଜି କ୍ୟାମେରା ଭାଙ୍ଗିଥିବା କଥା ସାମ୍ନାକୁ ଆସିଛି।
ସେହିପରି ଆକ୍ରମଣକୁ ନେଇ କେଜରିୱାଲ୍ କହିଛନ୍ତି ” ସେମାନେ ମୋ ଆଖି ଫୁଟାଇ ଦେବାକୁ ଚାହୁଁଛନ୍ତି। ମୁଁ କିଛି ଭୁଲ୍ କରିଛି କି ? ମୁଁ ଏହା କହିଛି ଯେ ମୁଁ ସ୍କୁଲ୍ ଓ ହସ୍ପିଟାଲ୍ ବନାଇଛି। ତୁମେ କଣ କରିଛି କାମ ଦେଖାଅ? ଏମିତି ଦୁର୍ବ୍ୟବହାର କର ନାହଁ।” ସେହିପରି ଏହା ପୂର୍ବରୁ ଗୁଜୁରାଟରେ ଆପ୍ର ଜନସଭା ବେଳେ ପଥର ମାଡ଼ ହୋଇଥିବା ଆପ୍ ଅଭିଯୋଗ କରିଥିଲା। ଏବେ ରାଲି ଉପରେ ବି ପଥର ମାଡ଼ ହୋଇଛି। ଦୁଇଟିଯାକ ଘଟଣାରେ ଆପ୍ ବିଜେପିକୁ ଦାୟୀ କରିଛି।
Powered by Froala Editor