କୁମାର ବିଶ୍ଵାସଙ୍କୁ ଧମକଭରା ଇମେଲ୍

କବିତା ଜରିଆରେ ପୂରା ଦୁନିଆରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୁମାର ବିଶ୍ଵାସଙ୍କୁ ଅନେକ ଦିନ ଧରି ଧମକଭରା ଇମେଲ୍ ମିଳିବାରେ ଲାଗିଛି। ଏହି ବିଷୟରେ ସେ ଥାନାରେ ଏଫଆଇଆର ଦେଇଥିଲେ। ପୋଲିସ ଏହି ମାମଲାରେ ଇନ୍ଦୋରର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅପରାଧ ଆଧାରରେ ଅଭିଯୁକ୍ତକୁ ଜେଲ୍ ପଠାଯାଇଥିବା ପୋଲିସ୍ କହିଛି।
କୁମାର ବିଶ୍ଵାସ ଏକ ଚିଠି ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। ଚିଠିରେ କୁମାର ବିଶ୍ଵାସଙ୍କୁ ଅନେକ ଦିନ ଧରି ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି। ଏପରିକି ଇ-ମେଲ୍ରେ ଭଗବାନ ଶ୍ରୀରାମଙ୍କୁ ନେଇ ମଧ୍ୟ ଅପମାନଜନକ କଥା ଲେଖା ଯାଉଥିଲା। ଇ-ମେଲରେ ଭଗବାନ ଶ୍ରୀରାମଙ୍କୁ ଗାଳି ଦିଆଯାଉଥିଲା।
ଉଲ୍ଲେଖନୀୟ କୁମାର ବିଶ୍ଵାସ ମଞ୍ଚରେ ଶ୍ରୀରାମ କଥା ଉପରେ ଭାଷଣ ଦେଇଥାନ୍ତି। ତାଙ୍କର ରାମକଥାର ଭିଡିଓ ଉପରେ ଲକ୍ଷାଧିକ ଭ୍ୟୁଜ୍ ଆସିଥାଏ। ରାମଙ୍କ ବିଷୟରେ କହିବା ବନ୍ଦ କରନ୍ତୁ ବୋଲି ଧମକ ଦିଆଯାଉଥିଲା।
Powered by Froala Editor