ଦୁର୍ଘଟଣାରେ ମରାଠୀ ଅଭିନେତ୍ରୀଙ୍କ ଦେହାନ୍ତ
ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେଙ୍କର ଏକ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ସ୍କୁଟିରେ ଯାଉଥିବା ଅଭିନେତ୍ରୀଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାଟି ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଘଟିଛି। ଟିଭି ସିରିଏଲ ‘ତୁଜିହାଟ ଜୀଭ ରଙ୍ଗଲା’ରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି କଲ୍ୟାଣୀ।
କଲ୍ୟାଣୀ ଘରକୁ ଫେରୁଥିବା ସମୟରେ ସାଙ୍ଗଲି-କୋଲହାପୁର ରାଜପଥରେ ହାଲୋଣ୍ଡି କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଶୀଘ୍ର ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। କିନ୍ତୁ ସେଠାରେ ମୃତ ଘୋଷଣା କରାଯାଇଥିଲା। କୋହ୍ଲାପୁର ପୁଳିସ ଅଧିକାରୀ କହିଛନ୍ତି, “ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଟ୍ରାକ୍ଟର ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ପେନାଲ କୋଡ ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
Powered by Froala Editor