ହସ୍ପିଟାଲରେ ଚିକିତ୍ସା କରୁଛନ୍ତି ତାନ୍ତ୍ରିକ, କାନରେ ଫୁଙ୍କୁଛନ୍ତି ବିଛା ମନ୍ତ୍ର
ହସ୍ପିଟାଲରେ ସବୁଦିନ ନୂଆ ନୂଆ ରିସର୍ଚ୍ଚ ହେଉଛି । ଲୋକମାନେ ନୂଆ ଜୀବନ ପାଉଛନ୍ତି । ବହୁ ଦୂରାରୋଗର ଚିକିତ୍ସା ମଧ୍ୟ ସମ୍ଭବ ହୋଇପାରୁଛି । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏବେବି ଅନ୍ଧବିଶ୍ୱାସରେ ବାନ୍ଧି ହୋଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର କଥା, ହସ୍ପିଟାଲରେ ଥାଇ ଲୋକେ ତାନ୍ତ୍ରିକ ଦ୍ୱାରା ଚିକିତ୍ସିତ ହେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୂଚନାଯୋଗ୍ୟ, କୁଲପହାଡ ଅନ୍ତର୍ଗତ ଦରିୟାର ସିଂହର ଖୁଡ଼ାରେ ଗୁଲାବ ସିଂହ ବସବାସ କରନ୍ତି। ଗତ ରବିବାର ତାଙ୍କ ୨୨ବର୍ଷର ଝିଅ ସନ୍ଧ୍ୟା ଯାଦବଙ୍କୁ ବିଛା କାମୁଡ଼ି ଦେଇଥିଲା। ଏହାପରେ ଝିଅକୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପରିବାର ଲୋକ ନେଇଥିଲେ। ଏଠାରେ ପୂର୍ବରୁ ଚିତଇୟନ ଗ୍ରାମର ରାମସାସ ବି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କୁ ବି ବିଛା କାମୁଡ଼ି ଥିଲା। ତେବେ ଡାକ୍ତରଙ୍କ ଚିକିତ୍ସାରେ କୌଣସି ସୁଧାର ଦେଖା ନଯିବାରୁ ପରିବାର ଲୋକ ତାନ୍ତ୍ରିକଙ୍କୁ ହସ୍ପିଟାଲ ଡାକିଥିଲେ। ସେ ପହଞ୍ଚିବା ପରେ ହସ୍ପିଟାଲର ଜରୁରୀକାଳିନ ବିଭାଗରେ ତାନ୍ତ୍ରିକ ସନ୍ଧ୍ୟା ଓ ରାମଦାସଙ୍କୁ ଝଡାଫୁଙ୍କା କରିବା ଆରମ୍ଭ କରି ଦେଇଥିଲେ। ହସ୍ପିଟାଲରେ ଜଣେ କି ୨ଜଣ ନୁହେଁ ୩ଜଣ ତାନ୍ତ୍ରିକ ଥିଲେ। ତେବେ ଖୋଲାଖୋଲି ଭାବେ ହସ୍ପିଟାଲରେ ଏପରି କାମ ଚାଲିଥିବା ବେଳେ ହସ୍ପିଟାଲ ପରିଚାଳକଙ୍କୁ ଏନେଇ କୌଣସି ଖବର ନଥିଲା। ଏହି ଘଟଣାକୁ ନେଇ ଡାକ୍ତରଙ୍କ ବିରୋଧରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor