ପ୍ରସାଦ ତିଆରି କରୁଥିଲେ, ବ୍ଲାଷ୍ଟ ହେଲା ଗ୍ୟାସ୍ ସିଲିଣ୍ତର

ଛଟ ପୂଜା ପାଇଁ ବିହାରର ଔରଙ୍ଗାବାଦର ଗୋଟିଏ ବିଲଡିଂରେ ପ୍ରସାଦ ତିଆରି ଚାଲିଥିବା ବେଳେ ଗ୍ୟାସ ସିଲିଣ୍ତର ବିସ୍ଫୋରଣ ଘଟିଛି। ଏଥିରେ ୭ ପୁଲିସ୍ କର୍ମଚାରୀଙ୍କ ସହ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଉଦ୍ଧାକାରୀ ଦଳ ପ୍ରଥମେ ସମସ୍ତଙ୍କୁ ଔରଙ୍ଗାବାଦ ସଦର ହସ୍ପିଟାଲକୁ ନେଇଥିଲା। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଛଟପୂଜା ପାଇଁ ବିଲଡିଂରେ ରହୁଥିବା ଗୋଟିଏ ପରିବାର ରାତି ପ୍ରାୟ ୨.୩୦ରେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ ବିସ୍ଫୋରଣ ଘଟିବା ସହ ପୂରା ବିଲଡିଂରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ବେଳେ ୭ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି।
ଘରର ମାଲିକ ଅନୀଲ ଗୋସ୍ୱାମୀଙ୍କ କହିବା କଥା ଯେ ଶଟ ସର୍କିଟରୁ ନିଆଁ ଲାଗିଥିଲା। ଏହାପରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି।
Powered by Froala Editor