‘ନଲ୍ଗେ’ର କରାଳଛାୟା : ୩୧ ପ୍ରାଣ ହରାଇଲେ, ଅନେକ ଫସିଛନ୍ତି
ସାମୁଦ୍ରିକ ବାତ୍ୟା ‘ନଲଗେ’ ଫିଲପାଇନ୍ସ ଦକ୍ଷିଣ ପ୍ରାନ୍ତରେ ତାଣ୍ଡବ ରଚିଛି। ବନ୍ୟା ଓ ଭୂ-ସ୍ଖଳନରେ ଅନୁନ୍ୟ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି। ଶୁକ୍ରବାର ସକାଳୁ ବର୍ଷାର ପ୍ରକୋପ କମିଛି ଫଳରେ ନଦୀରେ ବଢିଥିବା ଜଳସ୍ତର ହ୍ରାସ ହୋଇଛି। ବାତ୍ୟାର ପ୍ରକୋପ କମିଥିଲେ ମଧ୍ୟ ବହୁ ସଂଖ୍ୟାରେ ଲୋକ ସେମାନଙ୍କ ଘରେ ଫଶି ରହିଥିବା ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଛନ୍ତି।
ଗୁରିଲା ଯୋଦ୍ଧାଙ୍କ ଦ୍ୱାରା ଶାସିତ ୫ ମୁସ୍ଲିମ ସ୍ୱାୟତ ପ୍ରାନ୍ତର ଗୃହମନ୍ତ୍ରୀ ନଗୁଇବ ସିନାରିମ୍ବୋ ମେଗୁଇଣ୍ଡାନାଓ ପ୍ରାନ୍ତର ୩ ପ୍ରମୁଖ ସହର ପ୍ରାକୃତିକ ବିପର୍ଯ୍ୟୟରେ ଗୁରୁତର ପ୍ରଭାବିତ ହୋଇଥିବା କହିଛନ୍ତି। ଏହି ସବୁ ସ୍ଥାନମାନଙ୍କରେ ଅଧିକ ସଂଖ୍ୟକ ଲୋକେ ବନ୍ୟାରେ ଭାସି ଯାଇ ମୃତ୍ୟୁମୁଖରେ ପଡଥିବା ସିନାରିମ୍ବୋ କହିଛନ୍ତି। ପାଣି ଛାଡିବା ପରେ ବାସ୍ତବିକ କ୍ଷୟକ୍ଷତି ଆକଳନ କରାଯାଇ ପାରିବ ବୋଲି ସିନାରିମ୍ବୋ କହିଛନ୍ତି।
ତେବେ ମେୟର, ଗଭର୍ଣ୍ଣର ଓ ବିପର୍ଯ୍ୟୟ ପ୍ରସମନ ଅଧିକାରୀଙ୍କ ସୂତ୍ରରୁ ଆସୁଥିବା ସୂଚନାରେ ସର୍ବାଧିକ ୨୬ ଜଣ ଲୋକେ ପାଣିରେ ବୁଡି ଭୂ-ସ୍ଖଳନ ଓ ଅନ୍ୟ କାରଣରୁ ପ୍ରାଣ ହରାଇଥିବାର ସିନାରିମ୍ବୋ ସୂଚନା ଦେଇଛନ୍ତି। ବର୍ଷା ସମ୍ପୂର୍ଣ୍ଣ ଛାଡିବା ପରେ ଆଉ ଥରେ ଆକଳନ କରାଯିବ । ଏହାପରେ ସ୍ପଷ୍ଟ ରିପୋର୍ଟ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।
Powered by Froala Editor