ଜଣେ ଯୁବକଙ୍କୁ ଡେଟ୍ କରୁଥିଲେ ଜାହ୍ନବୀ ଓ ଖୁସି
ବଲିଉଡରେ ଏବେ ଷ୍ଟାର୍ କିଡ୍ସଙ୍କ ବେଶୀ ଚର୍ଚ୍ଚା ଚାଲିଛି । ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ବି ଜଣାଶୁଣା ଚେହେରା ବନ ଗଲେଣି । ହେଲେ ତାଙ୍କ ବିଷୟରେ ଏମିତି କିଛି କଥା ଜାଣିବାକୁ ମିଳିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କୁହାଯାଉଛି ଯେ, ଜାହ୍ନବୀ ଓ ତାଙ୍କ ଭଉଣୀ ଖୁସି କୁଆଡେ ଜଣେ ଯୁବକଙ୍କୁ ଡେଟ୍ କରୁଥିଲେ ।
ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଜାହ୍ନବୀ ଖୁସିଙ୍କ ଡେଟିଂ ଜୀବନ ବିଷୟରେ କହିଥିଲେ। ଜାହ୍ନବୀ କହିଛନ୍ତି ମୁଁ ମୋର ପିଲାଦିନର ବନ୍ଧୁ ଅକ୍ଷତ ରଂଜନଙ୍କୁ ଡେଟ କରୁଥିଲି । ତା’ପରେ ମୁଁ ତାଙ୍କ ସହ ବ୍ରେକଅପ୍ କରିଥିଲି। ବର୍ତ୍ତମାନ ଖୁସି ତାଙ୍କୁ ଡେଟ୍ କରୁଛନ୍ତି। କିନ୍ତୁ ପରେ ଜାହ୍ନବୀ ସ୍ପଷ୍ଟ କରି କହିଥିଲେ କି ତାଙ୍କ ଭଉଣୀ ଅକ୍ଷତଙ୍କୁ ଡେଟ କରୁ ନାହାଁନ୍ତି। ସେ ଆମର ଛୋଟ ବେଳୁ ବନ୍ଧୁ ଥିଲେ।
ଖୁବ୍ ଶୀଘ୍ର ଜାହ୍ନବୀଙ୍କ ଭଉଣୀ ଖୁସି କପୁର ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଜୋୟା ଅଖତରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ କାମ କରୁଛନ୍ତି।
Powered by Froala Editor