୨୨ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ
ଗୁଜୁରାଟରେ ତିଆରି ହେବ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ । ଏଠାରେ ଟାଟା ଏବଂ ଏୟାରବସ୍ ପକ୍ଷରୁ ସେନା ପାଇଁ ଟ୍ରାନ୍ସପୋର୍ଟ ବିମାନ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟ ହେବ । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଯେ, ଭାରତରେ ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନି ପକ୍ଷରୁ ମିଲିଟାରି ବିମାନ ନିର୍ମାଣ କରାଯିବ । ଏହି ପ୍ରକଳ୍ପରେ ମୋଟ ୨୧,୯୩୫ କୋଟି ଟଙ୍କା ବିନିଯୋଗ କରାଯିବ । ଏସବୁ ବିମାନ କେବଳ ସାମରିକ ବାହିନୀ ନୁହେଁ, ବେସାମରିକ କାମ ପାଇଁ ବି ବ୍ୟବହାର କରାଯାଇପାରିବ ।
ଏହି ମେଗା ଉତ୍ପାଦନ ପ୍ଲାଣ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ହଜାର ହଜାର ନଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି । ଯାହା ଦେଶର ବିକାଶ ଅଭିଯାନରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।
ବିମାନ ନିର୍ମାଣ କମ୍ପାନୀ ଏୟାରବସ୍ଠାରୁ ୫୬ଟି ଟ୍ରାନ୍ସପୋର୍ଟ ବିମାନ କ୍ରୟ ପାଇଁ ଗତ ମାସ କେନ୍ଦ୍ର ସରକାର ମଞ୍ଜୁର କରିଥିଲେ। ଚୁକ୍ତି ଅନୁସାରେ ୧୬ଟି ଏୟାରକ୍ରାପ୍ଟ ଫ୍ଲାଏ ମୁଡ୍ରେ କିଣାଯିବା ସହ ୧୬ଟି ଏୟାରକ୍ରାଫ୍ଟ ଭାରତରେ ନିର୍ମାଣ ହେବ।
Powered by Froala Editor