ମେଳାରେ ନିଲାମ ହୋଇଗଲେ ‘ସଲମାନ’ ଓ ‘ଶାହରୁଖ’
ନିଲାମରେ ବିକ୍ରି ହୋଇଗଲେ ‘ସଲମାନ’ ଓ ‘ଶାହରୁଖ’ । ଆଉ ‘କ୍ୟାଟ୍ରିନା’ଙ୍କ ପାଇଁ ତ ଲାଗିଲା ଖଚାଖଚ ଭିଡ । ନା ନା ଆମେ ଏଠି କୌଣସି ଅଭିନେତା କି ଅଭିନେତ୍ରୀଙ୍କ କଥା କହୁନୁ । ଏ ସମସ୍ତେ ହେଉଛନ୍ତି ଗଧ । ଆମେ କହୁଛୁ ମଧ୍ୟପ୍ରଦେଶର ସତନା ଜିଲ୍ଲାର ଧାର୍ମିକ ନଗରୀ ଚିତ୍ରକୁଟର ମନ୍ଦାକିନି ନଦୀ ତଟରେ ଏକ ଭିନ୍ନ ମେଳାର କଥା । ଯେଉଁଠାରେ କୌଣସି ମଣିଷଙ୍କର ନୁହେଁ ବରଂ ଗଧଙ୍କର ଲାଗିଥାଏ । ଚଳିତ ଥର ଏହି ମେଳାକୁ ସଲମାନ ଓ ଶାହରୁଖ ନାମକ ଗଧ ଏବଂ ଖଚ୍ଚର ବି ବିକ୍ରି ହେବାକୁ ଆସିଛନ୍ତି । ନିଲାମରେ ସଲମାନ ଏବଂ ଶାହାରୁଖଙ୍କ ମାଲିକକୁ ୧ଲକ୍ଷ ଏବଂ ୯୦ହଜାର ଟଙ୍କା ମିଳିଛି । ଅନ୍ୟ ଗଧ ୩୦ରୁ ୬୦ହଜାର ଟଙ୍କାରେ ବିକ୍ରି ହୋଇଛନ୍ତି ।
ପରମ୍ପରା ଅନୁସାରେ ଏହି ମେଳା ଦୀପାବଳୀର ପରଦିନରୁ ୩ଦିନ ପର୍ଯ୍ୟନ୍ତ ଚାଲିଥାଏ । ଚଳିତ ଥର ବି ଏହି ମେଳା ଲାଗିଛି । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ଏହି ମେଳା ଔରଙ୍ଗଜେବଙ୍କ ସମୟରୁ ଚାଲି ଆସୁଛି । ମେଳାରେ ଭିନ୍ନ ଭିନ୍ନ ପ୍ରଜାତିର ଗଧ ଏବଂ ଖଚ୍ଚର ପହଞ୍ଚିଛନ୍ତି । ତାଙ୍କର ନାଁ ବି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । କାହିଁକି ନା ସେମାନଙ୍କ ନାମ ଫିଲ୍ମ ଷ୍ଟାରଙ୍କର ନାଁ ସହିତ ଜଡ଼ିତ ରହିଛି ।
ଏକଥା ଜାଣି ହସ ଲାଗୁଛି ନା । କିନ୍ତୁ ସତ ଯେ, ଏଭଳି ସବୁବର୍ଷ ଏଠି ମେଳା ହୋଇଥାଏ । ଗତ ଦୁଇବର୍ଷ କରୋନା ପାଇଁ ମେଳା ଆୟୋଜନ ହୋଇନଥିଲା । ତେଣୁ ଏବର୍ଷ ଭଲ ବେପାର କରିବେ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି ।
Powered by Froala Editor