ଆଜି ଦୀପାବଳି, ଘର ସଜାନ୍ତୁ ଏପରି
ଦଶହରା ସରୁ ସରୁ ଘରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଦୀପାବଳିରେ ସମସ୍ତେ ଘରକୁ ସଜାଇଥାନ୍ତି। କିନ୍ତୁ ଏଠାରେ କେତୋଟି ସହଜ ଉପାୟ ଦେଉଛୁ ଯାହାକୁ ଆପଣ ଆପଣାଇ ଘରକୁ ସୁନ୍ଦର ଲୁକ୍ ଦେଇପାରିବେ। ଏଥିପାଇଁ ଘରେ ଖାଲିଟାରେ ଜାଗା ନେଉଥିବା ଜିନିଷକୁ କାଢ଼ିଦିଅନ୍ତୁ।
ଫୁଲ ଓ ଫୁଲମାଳ: ନିଜ ଘରକୁ ସତେଜ ଫୁଲ ଓ ଫୁଲମାଳରେ ସଜାନ୍ତୁ। ଏଥିସହ ଆର୍ଟିଫିସିଆଲ୍ ଲଟକନ ମିଳୁଛି, ଏହାକୁ ମଧ୍ୟ ଘରେ ସଜାଇପାରିବେ। ଏହା ସହ ଆପଣ ନିଜ ପସନ୍ଦର ଡିଜାଇନ୍ ନେଇ ଆପଣ ଘର ସଜାଇପାରିବେ।
ପେଣ୍ଟିଂ କିମ୍ବା ଫୁଲତୋଡ଼ା ଲାଇଟ : ଆଜିକାଲି ଘରକୁ ସଜାଇବା ଲାଗି ପେଣ୍ଟିଂ ସବୁଠୁ ଭଲ ଉପାୟ। ଆପଣ ଚାହିଁଲେ ଘରେ ଭଲ ପେଣ୍ଟିଂ କରିପାରିବେ। ଆପଣ ଯଦି ଘରେ କାମ ଭିତରେ ବ୍ୟସ୍ତ ରହୁଛନ୍ତି ପେଣ୍ଟିଂ କାମ କରିପାରୁନାହାନ୍ତି ତେବେ ଆପଣ ବଜାରରୁ ପେଣ୍ଟିଂ କିଣି ଆଣି ଲଗାଇ ପାରିବେ। ଏହା ବ୍ୟତୀତ ଘରେ ଥିବା ଫୁଲକୁଣ୍ଡରେ ଲାଇଟ୍ କିମ୍ବା ପେଣ୍ଟିଂକରି ସଜାଇପାରିବେ। ଲାଇଟ୍ ଡେକୋରେଶନ ଦୀପାବଳିରେ ନିହାତି ହୋଇଥାଏ। ବଜାରରେ ବିଭିନ୍ନ ପ୍ରକାର ଲାଇଟ୍ ମିଳୁଛି, ତାକୁ ଘରେ ଲଗାଇ ଘରକୁ ଆଲୋକିତ କରିପାରିବେ। ଘରର ମେନ୍ ଗେଟ୍ରେ ଫୁଲତୋଡ଼ା ଲଗାଇପାରିବେ। ଏହିପରି ଗେଟ୍ର ଉଭୟ ପାର୍ଶ୍ୱରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଘର ସୁନ୍ଦର ଦେଖାଯିବ।
Powered by Froala Editor