ଡେଙ୍ଗୁ ରୋଗୀଙ୍କ ଶରୀରରେ ଚଢ଼ାଇଦେଲେ ମୌସୁମୀ ଜୁସ୍ ! ତଦନ୍ତ ରିପୋର୍ଟକୁ ଅପେକ୍ଷା
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଡେଙ୍ଗୁ ରୋଗୀଙ୍କ ପରିବାରକୁ ପ୍ଲେଟଲେଟ୍ ବଦଳରେ ମୌସୁମୀ ଜୁସ ବିକ୍ରି କରିଥିଲେ। ଏହି ଜୁସକୁ ମେଡିକାଲରେ ରୋଗୀଙ୍କ ଶରୀରେ ଚଢ଼ାଇ ଦିଆଯାଇଥିଲା । ଫଳରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ତଦନ୍ତ ଜାରି ରହିଛି ।
ସୂଚନା ଅନୁଯାୟୀ, ପ୍ରୟାଗରାଜରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ଦିଆଯିବାର ଥିଲା। ମାତ୍ର ହସ୍ପିଟାଲ କର୍ମଚାରୀ ତାଙ୍କୁ ମୌସୁମୀ ଜୁସ୍ ସାଲାଇନ ଭଳି ଦେଇଥିଲେ। ପରେ ପରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ପଠାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ଲେଟଲେଟ୍ ବଦଳରେ ଫଳ ରସ ଦେବା ସୋଶାଲ ମିଡିଆରେ ଭିଡିଓ ବୁଲିଥିଳା। ଘଟଣା ଜଣାପଡିବା ପରେ ଘଟଣାର ସଠିକ ତଦନ୍ତ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପ୍ୟାକେଟରେ ମୌସୁମୀ ଜୁସ ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଏନେଇ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୌସୁମୀ ଜୁସ୍ ଥିଉରି କେବଳ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଥିବାର ପୁଲିସ କହିଛି।
Powered by Froala Editor