କମ୍ବିଂ ସାରି ଫେରୁଥିଲେ, ଆକ୍ରମଣ କଲେ ନକ୍ସଲ: ଏଏସ୍ଆଇ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଲିସ୍ ଓ ନକ୍ସଲ ଭିତରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଏଏସ୍ଆଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ରାଜେଶ ସୂର୍ଯ୍ୟବଂଶୀ । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ତେରମ ଥାନା ଅଞ୍ଚଳରେ ଯବାନମାନେ କୁମ୍ବିଂ ଅପରେସନ ସାରି କ୍ୟାମ୍ପକୁ ଫେରୁଥିଲେ । ଏହି ସମୟରେ ନକ୍ସଲମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । କିନ୍ତୁ ଏଥିରେ ରାଜେଶ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି । ରାଜେଶଙ୍କୁ ପ୍ରଥମେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବାୟୁସେନାର ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।
Powered by Froala Editor