ଶରୀରରେ ୟୁରିକ୍ ଏସିଡକୁ ନିୟନ୍ତ୍ରଣରେ ରଖେ ଗାଜର

କର୍ମ ବ୍ୟସ୍ତତା ସତ୍ତ୍ୱେ ନିଜ ଶରୀରର ଧ୍ୟାନ ରଖିବା ଏକାନ୍ତ ଆବଶ୍ୟକ । ତେବେ ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ଏକ ଗୁରୁତର ସମସ୍ୟା । ଯେଉଁ କାରଣରୁ ଶରୀରରେ ଅନେକ ସମସ୍ୟା ଦେଖାଯାଏ । ୟୁରିକ୍ ଏସିଡ୍ ହେଉଛି ଏକ ରାସାୟନିକ ପଦାର୍ଥ ଯାହା ଆମ ସମସ୍ତ ଶରୀରରେ ତିଆରି ହୋଇଥାଏ । ଏହି ରାସାୟନିକ ଶରୀରରୁ କିଡନୀ ଦ୍ୱାରା ପରିସ୍ରା ମାଧ୍ୟମରେ ଫିଲ୍ଟର୍ କରାଯାଏ । ଯେତେବେଳେ ଶରୀରରୁ ୟୁରିକ୍ ଏସିଡ୍ ବାହାର କରାଯାଏ ନାହିଁ, ଏହା ଗଣ୍ଠିରେ ଜମା ହେବା ଆରମ୍ଭ କରେ । ଯେତେବେଳେ ଶରୀରରେ ୟୁରିକ୍ ଏସିଡର ସ୍ତର ବଢ଼ି ଯାଇଥାଏ, ମାଂସପେଶୀ ଫୁଲିଯିବା ଆରମ୍ଭ କରେ ଓ ଗଣ୍ଠିରେ ବହୁତ ଯନ୍ତ୍ରଣା ହୁଏ । ଯେତେବେଳେ ଗଣ୍ଠି ଯନ୍ତ୍ରଣା ବଢେ ଏହା ଗାଉଟ ସୃଷ୍ଟି କରେ । ଏହି ରୋଗ ହେତୁ ହାତ, ପାଦ ଓ ମାଂସପେଶୀରେ ଯନ୍ତ୍ରଣା ହେବାରେ ଲାଗେ । ଏହି ସମୟରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଯାହାଦ୍ୱାରା ୟୁରିକ୍ ସ୍ତର ନିୟନ୍ତ୍ରଣରେ ରହିଥାଏ । ତେଣୁ ଚାଲନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
- ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ରଖିବା ପାଇଁ ହେଲେ ଆପଣ ଅଧିକ ଗାଜର ଖାଇବାକୁ ପଡିବ ।
- ଏହି ସମୟରେ ଆପଣଙ୍କ ଖାଦ୍ୟରେ ବିଟ୍ ଅନ୍ତର୍ଭୂକ୍ତ କରନ୍ତୁ, ଏହା ଆପଣଙ୍କର ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
- ଏହା ବ୍ୟତୀତ ପୁଦିନା ଏବଂ ଟମାଟୋ ଅଧିକରୁ ଅଧିକ ଖାଆନ୍ତୁ । ଏହା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
- ଖାଦ୍ୟରେ ପିଆଜ, କାକୁଡି, କ୍ୟାପସିକମ୍ ଅନ୍ତର୍ଭୂକ୍ତ କରନ୍ତୁ ।
ୟୁରିକ୍ ଏସିଡରେ କ’ଣ ନଖାଇବା ଉଚିତ୍ :
- ୟୁରିକ୍ ଏସିଡ୍ ରେ ଅଧିକ ବାଇଗଣ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହାକୁ ଖାଇବା ଦ୍ୱାରା ଶରୀରରେ ଫୁଲା ଏବଂ କୁଣ୍ଡେଇ ହେବାର ସମସ୍ୟା ଦେଖା ଦିଏ ।
- ଏହି ସମୟରେ ମଟର ମଧ୍ୟ ଖାଇବା ଉଚିତ୍ ନୁହେଁ, ଏହା ୟୁରିକ୍ ଏସିଡ୍ ସ୍ତରକୁ ଖରାପ କରିଥାଏ । ଏଥି ସହିତ, ପାଳଙ୍ଗ, ବନ୍ଧକୋବି ଏବଂ ଛତୁ ମଧ୍ୟ ଖାଇବା ଉଚିତ୍ ନୁହେଁ । ବିନ୍ସ ଖାଇବାରୁ ମଧ୍ୟ ଦୂରେଇ ରୁହନ୍ତୁ ।
ଏହାର ପ୍ରତିକାର:
ଏହାର ପ୍ରତିକାର ନିମନ୍ତେ ଆପଣ ଶରୀରକୁ ସକ୍ରିୟ ରଖିବା ପାଇଁ ପ୍ରତିଦିନ ଅତି କମରେ ୪୫ ମିନିଟ୍ ଚାଲନ୍ତୁ କିମ୍ବା ବ୍ୟାୟାମ କରନ୍ତୁ । ଜଳ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରେ । ତେଣୁ ଅଧିକ ପାଣି ପିଅନ୍ତୁ । ଏହା ସହିତ ନିତିଦିନିଆ ଖାଦ୍ୟରେ ଆପଣ ମସୁର ଡାଲି, ମଟର, ଓ ଡାଲି ପରି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ସେହିପରି ଆପଣଙ୍କର ଶୋଇବା ସମୟ ଓ ଜାଗ୍ରତ ସମୟ ନିଶ୍ଚିତ କରନ୍ତୁ । ଆମଲା, ବିରି ଓ କମଳା ଖାଆନ୍ତୁ । ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସାଇଟ୍ରସ୍ ଫଳ ଲାଭପ୍ରଦ ।
Powered by Froala Editor