ଖାଦ୍ୟ ସୁରକ୍ଷାର ଓଡ଼ିଶା ମଡେଲ ଦେଶରେ ଶ୍ରେଷ୍ଠ, ସରକାରଙ୍କୁ ପ୍ରଶଂସା କଲେ ପାରାଜୁଲି
ଭୁବନେଶ୍ବର: ଖାଦ୍ୟ ସୁରକ୍ଷାର ଓଡ଼ିଶା ମଡେଲ ଦେଶରେ ଶ୍ରେଷ୍ଠ । ବିଶ୍ୱର ଅନେକ ଦେଶଠାରୁ ଓଡ଼ିଶାର ମଡେଲ ପ୍ରଭାବୀ ବୋଲି ବିଶ୍ୱ ଖାଦ୍ୟ ସଂଗଠନର ଭାରତ ମୁଖ୍ୟ ବିଶ୍ୱ ପାରାଜୁଲି କହିଛନ୍ତି । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସଫଳ ରୂପାୟନ ନେଇ ପାରାଜୁଲି ପ୍ରଶଂସା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ବିଶ୍ୱ ଖାଦ୍ୟ ସଂଗଠନ ଏଥିପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ବିଶ୍ୱ ଖାଦ୍ୟ କାର୍ୟ୍ୟକ୍ରମରେ ଓଡ଼ିଶାର ସର୍ବୋତ୍ତମ ସମର୍ଥନ ଓ ସହଯୋଗ ପାଇଁ ବିଶ୍ୱ ଖାଦ୍ୟ ସଂଗଠନର ଭାରତ ମୁଖ୍ୟ ବିଶ୍ୱ ପାରାଜୁଲି କହିଛନ୍ତି ।
ଖାଦ୍ୟ ସୁରକ୍ଷା ଆଇନ ଲାଗୁରେ ଓଡ଼ିଶା ଏକ ନମ୍ବରଜାତୀୟ ଖାଦ୍ୟ ସୁରକ୍ଷା ନିୟମକୁ ରାଜ୍ୟରେ ସଫଳତାର ସହ ଲାଗୁ କରିବାର ଓଡିଶାର ପ୍ରୟାସ ଓ ଅନ୍ୟ ଖାଦ୍ୟ ସୁରକ୍ଷା ସଂପର୍କୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶଂସା କରିଛି ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ । ଏହି କ୍ରମରେ ସାରା ଦେଶରେ ଓଡିଶାର ପ୍ରଦର୍ଶନ ନମ୍ବର ୧ ରହିଛି ।ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ନିର୍ଦ୍ଦେଶକ, ବିଶ୍ବ ପାରାଜୁଲି ଶୁକ୍ରବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଶୁକ୍ରବାର ଲୋକସଭା ଭବନରେ ଭେଟି ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଲାଗୁର ବିଭିନ୍ନ ଦିନ ବିଷୟରେ ଆଲୋଚନା କରିଛନ୍ତି ।
ଏହି ବୈଠକ ସମୟରେ ଓଡିଶା ସରକାର ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଓଡିଶାରେ ସ୍ଥାପନ ପାଇଁ ଡୠଚକୁ ଅନୁରୋଧ କରିଛି । ଖାଦ୍ୟ ସଂଗଠନ ଓଡ଼ିଶାରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିବା ଅବସରରେ ଏହା କହିଛନ୍ତି ପାରାଜୁଲି । ମନ୍ତ୍ରୀ କହିଛନ୍ତି ଯେ, "ମାଲକାନଗିରି ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବେ ରାଜ୍ୟ ସରକାର ପୋଷଣ ଯୁକ୍ତ ଚାଉଳ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ କରିସାରିଛନ୍ତି ।ବଣ୍ଟନ କାର୍ୟ୍ୟକ୍ରମର ସୀମା ନିର୍ଦ୍ଧାରଣ ଲାଗି ସର୍ଭେ କରାଯିବ । ପୋଷଣ ଯୁକ୍ତ ଚାଉଳ ଧାନର ଉପଯୋଗିତା ନେଇ ଯୋଗଣ ଅଧିକାରୀ, ମିଲର ଓ ଡିଲରଙ୍କୁ ସଚେତନ କରାଯିବ । ସବୁ ପିଡ଼ିଏସ ଜିଲ୍ଲାରେ ଏନେଇ କାର୍ୟ୍ୟକ୍ରମ ଆରମ୍ଭ ହେବ । ଶସ୍ୟ ଯୋଗଣ ଲାଗି ଖୁବଶୀଘ୍ର ଏଟିଜି(ଅଲ୍ ଟାଇମ ଗ୍ରେନ) ବ୍ୟବସ୍ଥା କାର୍ୟ୍ୟକାରୀ ହେବ । ଭୁବନେଶ୍ୱରରେ ପାଇଲଟ ପ୍ରକଳ୍ପ ଭାବେ ଏହା ଆରମ୍ଭ ହେବ ।"
Powered by Froala Editor