ରୀତୋ ରୀବାଙ୍କ ନାଁ ନଥିବା ଦେଖି ତାତିଲେ ୟୁଜର୍ସ, ‘ଇଣ୍ଡିଆନ୍ ଆଇଡଲ୍-୧୩’ କୁ ବୟକଟ୍ ଦାବି
ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍-୧୩’ କୁ ନେଇ ସୋସିଆଲ ମିଡିଆରେ ବୟକଟ୍ ଦାବି ଜୋର ଧରିଛି । ମେକର୍ସ ଟପ୍ ୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟରେ ଅରୁଣାଚଳପ୍ରଦେଶର ରୀତୋ ରୀବାଙ୍କ ନାଁ ନଥିବା ଦେଖିବା ପରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ଇଣ୍ଡିଆନ୍ ଆଇଡଲକୁ ବୟକଟ୍ କରିବାକୁ ଦାବି ଜୋର ଧରିଛି ।
ରୀତୋ ରୀବା, ଯିଏ କି ଅରୁଣାଚଳପ୍ରଦେଶର ବାସିନ୍ଦା । ସେ ମଧ୍ୟ ଏଥର ଇଣ୍ଡିଆନ ଆଇଡଲ ପ୍ରତିଭା ଦେଖାଇବାକୁ ଆସିଥିଲେ। ଶୋ’ର ଅଡିସନରେ ଭାଗ ନେଇ ନିଜ କମ୍ପୋଜିସନ ଗୀତ ଗାଇଥିଲେ । ଏହାସହ ହିମେଶ ରେଶମିୟାଙ୍କ ଏକ ଗୀତ ମଧ୍ୟ ଗାଇ ଶୁଣାଇଥିଲେ । ଏହାକୁ ଅନେକ ଲୋକ ପ୍ରଶଂସା ବି କରିଥିଲେ । ହେଲେ କଣ ହେଲା କେଜାଣି ତାଙ୍କୁ ସିଲେକ୍ଟ କରାଗଲାନି । ଯାହାକୁ ନେଇ ୟୁଜର୍ସମାନେ ଭଡକିଛନ୍ତି । କେହି କେହି କହିଛନ୍ତି ଏହା ଏକ ପକ୍ଷପାତିତା ଶୋ । ତେଣୁ ଏହାକୁ ବୟକଟ୍ କରାଯାଉ ।
ରିଆଲିଟି ଶୋ’କୁ ନେଇ ବିବାଦ ସୃଷ୍ଟି ହେବା ଏବେ ଏକ ସାଧାରଣ କଥା ହୋଇଗଲାଣି। ‘ଖତରୋଁ କେ ଖିଲାଡି’ ପରେ ‘ଇଣ୍ଡିଆନ୍ ଆଇଡଲ’କୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ପୂର୍ବରୁ ଏହି ଶୋ’କୁ ଦର୍ଶକ ସ୍କ୍ରିପ୍ଟେଡ୍ ବୋଲି ଅଭିଯୋଗ କରୁଥିବାବେଳେ ଏବେ ଏଥିରେ ମୋହର ଲଗାଇଛନ୍ତି ନେଟିଜେନ୍ସ। ଦାବି ହେଉଛି କି ଆଗରୁ ଟ୍ୟାଲେଣ୍ଟକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ କେବଳ ଟିଆରପିକୁ ଗୁରୁତ୍ୱ ଦିଆଯାଉଛି । ଫଳରେ ଏଥିରେ ଭାଗ ନେଉଥିବା ଅନେକ ସିଙ୍ଗର ନିଜର ଟ୍ୟାଲେଣ୍ଟ ଦେଖାଇବାରୁ ବଞ୍ଚିତ ହେଉଛନ୍ତି ।
Powered by Froala Editor