ପୁଅର ନାମକରଣ କଲେ ସୋନମ
ପୁଅର ନାମ 'ବାୟୁ କପୁର ଆହୁଜା' ରଖିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର। ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ପୁଅର ପ୍ରଥମ ଝଲକ ଦେଖାଇଛନ୍ତି ସୋନମ। ଏଥିସହ ତାଙ୍କ ପୁଅର ନାମ ସେ 'ବାୟୁ' ରଖିଥିବା ସ୍ପଷ୍ଟ କରିଛନ୍ତି। ଏହି ପୋଷ୍ଟ ପରେ ବଲିଉଡ୍ର ଅନେକ କଳାକାର ଦମ୍ପତିଙ୍କୁ ଶୁଭକାମନା ଜଣାଉଛନ୍ତି।
ବାୟୁ ହନୁମାନ, ଭୀମ ଏବଂ ମାଧବଙ୍କର ଆଧ୍ୟାତ୍ମିକ ପିତା ମଧ୍ୟ। ସେହି ଶକ୍ତିର ଭାବନାରେ ଯିଏ ଆମ ଜୀବନକୁ ଏକ ନୂଆ ଅର୍ଥ ଦେଇଛି। ହନୁମାନ ଏବଂ ଭୀମଙ୍କ ଭାବନାରେ ଯିଏ ସାହସ ଏବଂ ଶକ୍ତିର ପ୍ରତୀକ। ସବୁଠାରୁ ପବିତ୍ର, ଜୀବନଦାୟିନୀ । ଆମେ ଆମ ପୁଅ ବାୟୁ କପୁର ଆହୁଜାଙ୍କ ଲାଗି ଆଶୀର୍ବାଦ ଚାହୁଁଛୁ ବୋଲି ସୋନମ ପୋଷ୍ଟରେ କହିଛନ୍ତି।
Powered by Froala Editor