ଟ୍ରକ୍ ମାଡିଯିବାରୁ ଯୁବକ ମୃତ, ଡ୍ରାଇଭରକୁ ଛେଚିଲେ ଲୋକେ

କେନ୍ଦୁଝର ଜିଲ୍ଲା ଯୋଡ଼ା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆନିଶ ମୁଣ୍ଡା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜିତ ଲୋକ ମାନେ ଟ୍ରକ ଚାଳକକୁ ଅଟକ ରଖି ପ୍ରବଳ ମାଡ ମାରିଥିବା ବେଳେ ଟ୍ରକ ଚାଳକ ଗୁରୁତର ଅବସ୍ଥାରେ ଯୋଡ଼ା ସ୍ଥିତ ଟାଟା ଡାକ୍ତଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଆନିଶ ମୁଣ୍ଡା ବାଇକରୁ ତେଲ ସରିଯିବା ପରେ ବାଇକ ଠେଲି ଠେଲି ତେଲ ଟାଙ୍କୀ ପର୍ଯ୍ୟନ୍ତ ନେଉଥିବା ବେଳେ ପଛପଟୁ ଏକ ଟ୍ରକ ଆସି ତାଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଖବର ପାଇବା ପରେ ଏକ ଲୋଡର ସାହାଯ୍ୟର ଟ୍ରକକୁ ପଛପଟୁ ଉଠାଇ ଯୁବକ ଜଣକୁ ଉଦ୍ଧାର କରାଯାଇଥିଲା। ଯୁବକ ଜଣକ ସ୍ଥାନୀୟ ଟୋଲ ଗେଟ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଲୋକେ ଟାୟାର ରଖି ରାସ୍ତା ଅବରୋଧ କରିଥିଲେ।
Powered by Froala Editor