କଲରା ଖାଇବା ପରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

କଲରା ସ୍ୱାଦରେ ପିତା। ମାତ୍ର ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଥିବାରୁ ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ ନୁହେଁ। ଏଥିରେ ଆଣ୍ଟି-ବ୍ୟାକ୍ଟେରିୟଲ ସହ ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ଗୁଣ ହୋଇଛି। ସ୍ୱାଦ ପିତା ହେଲେ ମଧ୍ୟ ଏହା ରକ୍ତକୁ ପରିଷ୍କାର କରିଥାଏ। ଶରୀରକୁ ସୁସ୍ଥ ରଖିଥାଏ। ସପ୍ତାହକୁ ଥରେ ଏହାକୁ ନିତାନ୍ତ ସେବନ କରିବା ଉଚିତ। ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ମାତ୍ର ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ ହେବା ସହ ଏପରି କିଛି ଖାଦ୍ୟ ରହିଛି, ଯାହାକୁ କଲରା ଖାଇବା ପରେ ସେବନ କରିବା ଉଚିତ ନୁହେଁ..
କ୍ଷୀର – କଲରା ଖାଇବା ପରେ ଆଦୌ କ୍ଷୀର ପିଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କଲରା ଖାଇବା ପରେ କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟ,ପେଟ ଯନ୍ତ୍ରଣା, ଜଳାପୋଡା ହୋଇଥାଏ।
କଲରା ଖାଇବା ପରେ ମୂଳା ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଏସିଡିଟି ହୋଇଥାଏ। କଫ ସମସ୍ୟା ମଧ୍ୟ ହୋଇଥାଏ।
ଦହି – କଲରା ତରକାରୀ କିମ୍ବା ଭଜା ଖାଇବା ପରେ ତ୍ୱଚା ଜନିତ ସମସ୍ୟା ହୋଇଥାଏ। ଚର୍ମ ରୋଗ ମଧ୍ୟ ହୋଇଥାଏ।
ଭେଣ୍ଡି – କଲରା ଖାଇବାର ଭେଣ୍ଡି ଖାଇବା ଉଚିତ ନୁହେଁ। ଏହା ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ପାଚନ ତନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।
Powered by Froala Editor