Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, February 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ...

  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ...

  • ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ...

  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ...

  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ...

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

ବିଶେଷ
Home ›› ବିଶେଷ ›› ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ ଏହା

ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ ଏହା

2022-09-05 04:44:00
14694
Share:
Facebook
Twitter
E-Mail
WhatsApp
Telegram
 ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ ଏହା

ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ସାଜିଥାଏ ମେଦବହୁଳତାର କାରଣ । ଏହା ସହିତ ଖାଦ୍ୟରେ ଅନିୟମିତତା ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଗ୍ରାସ କରିଥାଏ ।  ଋତୁଚକ୍ର ଓ ପୃଥିବୀ ପରିକ୍ରମା ଅନୁଯାୟୀ ଭିନ୍ନ ଭିନ୍ନ ଜଳବାୟୁ ପରିଲକ୍ଷିତ ହୋଇଥାଏ। ଆମ ଦେଶରେ ମଧ୍ୟ ଏଥିଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନ ଆମେ ନିଜର ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ସଚେତନ ରହିବା ନିହାତି ଜରୁରୀ। ଏ ନେଇ ଖାଦ୍ୟପେୟ ବିଷୟରେ ଜାଣିବା ନିହାତି ଦରକାର। କିଛି ବ୍ୟକ୍ତିବିଶେଷ ଦୈନନ୍ଦିନ ଆହାର ବିହାରକୁ ଅଣଦେଖା କରିବା ଯୋଗୁ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି।

ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। ଖାଦ୍ୟ ସାମଗ୍ରୀକୁ ବହୁ ସମୟ ଧରି ରଖିବା ପରେ ଖାଇବା, କୌଣସି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବ୍ୟବହୃତ ତେଲକୁ ବାରମ୍ବାର ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ପୋଡ଼ା ତେଲ ଖାଇବା ଦ୍ୱାରା ଆଣ୍ଟିଅକ୍ସିଡେଣ୍ଟ ତିଆରି କରୁଥିବା ଶରୀରର ଉପକାରୀ ଏଞ୍ଜାଇମ୍‌ଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେଣୁ ତେଲ ଓ ଘିଅ ଦ୍ୱାରା ଛଣା ଯାଇଥିବା ଖାଦ୍ୟକୁ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ତା’ସହ ଅଳ୍ପ ଭଜାଭଜି ଖାଦ୍ୟ, ଅଧିକ ସିଝା ଖାଦ୍ୟ ଖାଇବା ଓ ତନ୍ତୁ ଜାତୀୟ ପନିପରିବା(କଖାରୁ, ସୋୟା ବଡ଼ି, ଦେଶୀ ପୋଟଳ, ଲାଉ, ଭେଣ୍ଡି,ଜହ୍ନି)ଆଦିକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏପରି ଖାଦ୍ୟ ଶରୀର ନୀରୋଗ ରହିବା ପାଇଁ ଅନେକାଂଶରେ ସହାୟକ ହେବା ସହ ମନୁଷ୍ୟକୁ ଦୀର୍ଘାୟୁ କରିଥାଏ।

ମନୁଷ୍ୟର ବୟସ ବଢ଼ିବା ସାଙ୍ଗକୁ ମାଛ, ମାଂସ ଖାଇବା କମ୍‌ କରିବା ଉଚିତ। ଅଧିକ ମାତ୍ରାରେ ଲାଲ୍‌ ମାଂସ ଖାଇବା ଦ୍ୱାରା ରକ୍ତରେ ଆଇରନର ମାତ୍ରା ବଢ଼ିଯାଏ, ଯାହାକି ସୁସ୍ଥ ଶରୀର ପାଇଁ କ୍ଷତିକାରକ। ଏହି ମାଂସ ବର୍ଦ୍ଧିତ ଆଇରନ ଅକ୍ସିଡେସନ ପ୍ରକ୍ରିୟାକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ତେଣୁ ଅଧିକ ମାତ୍ରାରେ ମାଛ, ମାଂସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଅକ୍ସିଡେସନ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ ଅଧିକ ସବୁଜ ପନିପରିବା ଖାଇବା ଜରୁରୀ। ଦୈନନ୍ଦିନ ଖାଦ୍ୟରେ କମ୍‌ ମୂଲ୍ୟରେ ବଜାରରେ ମିଳୁଥିବା ଅମୃତଭଣ୍ଡା, କଦଳୀ,ଗାଜର,ବନ୍ଧାକୋବି, ଟମାଟୋ, ପାଚିଲା ବୋଇତାଳୁ, ତରଭୁଜ, ସଜନାଛୁଇଁ, ପୋଇ ଶାଗ, ପାଳଙ୍ଗ ଶାଗ, କୋଶଳା ଶାଗ, ମେଥି ଶାଗ, ସଜନା ଶାଗ ଆଦି ବିଭିନ୍ନ ସବୁଜ ପନିପରିବାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ। ଏଗୁଡିକ ଖାଦ୍ୟରେ ନିୟମିତ ଖାଇବା ଦ୍ୱାରା ଶରୀର କ୍ରିୟାଶୀଳ ହୋଇଥାଏ। ତା’ ସହ ଶରୀର ସୁସ୍ଥ ରହିଥାଏ। ଏମିତି କେତେକ ଫଳ ରହିଛି ଯାହାକି ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି। ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ-ସି ରହିଛି, ଯାହାକି ଆଣ୍ଟିଅକ୍ସିଡେଣ୍ଟ ଅଟେ। ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ହୃଦ୍‌ରୋଗ, କର୍କଟ, ଚର୍ମରୋଗ, ମାନସିକ ଚିନ୍ତାଜନିତ ରୋଗକୁ ପ୍ରାକୃତିକ ଉପାୟରେ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ।

ଲେମ୍ବୁ, କମଳା, ଅଙ୍ଗୁର, ଷ୍ଟ୍ରବେରୀ, ଜାମୁକୋଳି, ଡାଳିମ୍ବ, ସେଓ, ଚେରି, ସପୁରି, ପିଜୁଳି, କଦଳୀ, ଟମାଟୋ, ଆମ୍ବରେ ଆଣ୍ଟିଅକ୍ସିଡେଣ୍ଟ ଭରି ରହିଛି, ଯାହାକୁ ଖାଇବା ଦ୍ୱାରା ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଶରୀର ଭିତରକୁ ବିଭିନ୍ନ ପ୍ରକାର ଜୀବାଣୁ, ଭୂତାଣୁ ଆଦିର ପ୍ରବେଶକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆମ ଶରୀର ସୁସ୍ଥ ତଥା ସତେଜ ରଖିଥାଏ।

ଦୈନନ୍ଦିନ ଜୀବନଯାପନ ଭିତରେ ଏମିତି କେତେକ ସାଧାରଣ କଥା ରହିଛି ଯାହାକି ସ୍ବାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ବାସଗୃହରେ କୁକୁର, ବିଲେଇ, ନେଉଳ ଆଦିଙ୍କୁ ପୋଷିବା, କୁଆ, ଚଢ଼େଇ, ଚିରଗୁଣୀ, ପାରା ଆଦି ପକ୍ଷୀଙ୍କୁ ଦୈନନ୍ଦିନ ଖାଦ୍ୟଶସ୍ୟ ଦେବା ଦ୍ୱାରା ବହୁ ଉପକାର ମିଳିଥାଏ। ଯେପରି କୁକୁର ବାହ୍ୟଶତ୍ରୁ ଏବଂ ବିଭିନ୍ନ ବନ୍ୟଜନ୍ତୁଙ୍କୁ ପ୍ରତିରୋଧ କରିଥାଏ ସେହିପରି ବିଲେଇ ବାସ ଗୃହରେ ସାପ, ବେଙ୍ଗ, ବିଛା ଆଦିଙ୍କୁ ଘରଭିତରକୁ ନ ଯିବାକୁ ପ୍ରତିରୋଧ କରିଥାଏ। ସାପ ଏବଂ ବିଭିନ୍ନ ପୋକ ଜୋକଙ୍କଠାରୁ ନେଉଳ ଆମକୁ ଦୂରେଇ ରଖୁଥିବା ବେଳେ ଚଢ଼େଇ, ପାରା, ଚିରଗୁଣୀ ଆଦି ଘରର ଚତୁର୍ପାର୍ଶ୍ୱରେ ଥିବା ବିଭିନ୍ନ ପୋକ ଜୋକ, କୀଟପତଙ୍ଗ ଆଦିଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିଥାଆନ୍ତି।

ମନୁଷ୍ୟ ଚିନ୍ତାମୁକ୍ତ, ନୀରୋଗ, ଦୀର୍ଘାୟୁ ଭାବେ ବଞ୍ଚି ରହିବା ପାଇଁ ପ୍ରକୃତି ଓ ପରିବେଶ ସହ ଖାପ ଖୁଆଇ ଚଳିବା ଦରକାର। ଦୈନନ୍ଦିନ ସୁଷମ ଖାଦ୍ୟ ଗ୍ରହଣ କରିବା ସହ ପ୍ରାତଃ ସୂର୍ଯ୍ୟକିରଣରେ ଯାତାୟାତ କରିବା, ଦୈନନ୍ଦିନ ବ୍ୟାୟାମ କରିବା ଦ୍ୱାରା ମନୁଷ୍ୟ ଶରୀରରେ ରକ୍ତଚାପ ଓ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ତା’ସହ ମନୁଷ୍ୟର ବୟସ ଅନୁପାତରେ ଓଜନ ଠିକ୍‌ ଭାବେ ରହିଥାଏ, ଯାହାକି ଦୀର୍ଘାୟୁ ନିମନ୍ତେ ସହାୟକ ହୋଇଥାଏ।

ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ନିଜ ସ୍ବାସ୍ଥ୍ୟର ଯତ୍ନ ନିଜ ହାତରେ ରହିଥିବା ବେଳେ ମନୁଷ୍ୟ ବାଟବଣା ହୋଇଥାଏ। ବିଭିନ୍ନ ପ୍ରକାର ଦୂଷିତ ଖାଦ୍ୟ, ଦୂଷିତ ଜଳ, ବିଭିନ୍ନ ଫାଷ୍ଟଫୁଡ୍‌, ପ୍ରତିଦିନ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନ କରିବା, ବିଳମ୍ବିତ ରାତିରେ ଶୋଇବା, ବିଳମ୍ବରେ ଶଯ୍ୟା ତ୍ୟାଗ କରିବା ଆଦି ବିଭିନ୍ନ କାରଣରୁ ଶରୀର ବିଭିନ୍ନ ଜଟିଳ ରୋଗର ଶିକାର ହୋଇଥାଏ। ଆମେ ସଜାଗ ରହି, ସ୍ବାସ୍ଥ୍ୟକୁ ସୁସ୍ଥ ଓ ସଜାଗ ରଖିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖିବାର ଆବଶ୍ୟକତା ରହିଛି।

Powered by Froala Editor

Tags Food

Related articles Odisha News Lens 4.1

  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ

    15137
    Feb 24, 2026
  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ
    ଦେଶ-ଦେଶାନ୍ତର

    ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ

    13568
    Feb 24, 2026
  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14441
    Feb 24, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ
    ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15252
    Feb 23, 2026
  •  ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି

    13535
    Feb 24, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    15063
    Feb 23, 2026
  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14773
    Feb 23, 2026
  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
    ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    15206
    Feb 23, 2026
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍
    ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15394
    Feb 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14441
    Feb 24, 2026
  • ଦେଶ-ଦେଶାନ୍ତର

    ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ

    13568
    Feb 24, 2026
  • ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    15206
    Feb 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17351
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17420
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17763
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16238
    Apr 03, 2021

ବିଶେଷ

  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14630
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15510
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16107
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14506
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15275
    Feb 18, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15114
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14966
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14478
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16088
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14773
    Feb 23, 2026
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15394
    Feb 24, 2026
  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    15206
    Feb 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In