Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ...

ବିଶେଷ
Home ›› ବିଶେଷ ›› ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ ଏହା

ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ ଏହା

2022-09-05 04:44:00
14647
Share:
Facebook
Twitter
E-Mail
WhatsApp
Telegram
 ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ ଏହା

ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ସାଜିଥାଏ ମେଦବହୁଳତାର କାରଣ । ଏହା ସହିତ ଖାଦ୍ୟରେ ଅନିୟମିତତା ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଗ୍ରାସ କରିଥାଏ ।  ଋତୁଚକ୍ର ଓ ପୃଥିବୀ ପରିକ୍ରମା ଅନୁଯାୟୀ ଭିନ୍ନ ଭିନ୍ନ ଜଳବାୟୁ ପରିଲକ୍ଷିତ ହୋଇଥାଏ। ଆମ ଦେଶରେ ମଧ୍ୟ ଏଥିଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନ ଆମେ ନିଜର ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ସଚେତନ ରହିବା ନିହାତି ଜରୁରୀ। ଏ ନେଇ ଖାଦ୍ୟପେୟ ବିଷୟରେ ଜାଣିବା ନିହାତି ଦରକାର। କିଛି ବ୍ୟକ୍ତିବିଶେଷ ଦୈନନ୍ଦିନ ଆହାର ବିହାରକୁ ଅଣଦେଖା କରିବା ଯୋଗୁ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି।

ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। ଖାଦ୍ୟ ସାମଗ୍ରୀକୁ ବହୁ ସମୟ ଧରି ରଖିବା ପରେ ଖାଇବା, କୌଣସି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବ୍ୟବହୃତ ତେଲକୁ ବାରମ୍ବାର ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ପୋଡ଼ା ତେଲ ଖାଇବା ଦ୍ୱାରା ଆଣ୍ଟିଅକ୍ସିଡେଣ୍ଟ ତିଆରି କରୁଥିବା ଶରୀରର ଉପକାରୀ ଏଞ୍ଜାଇମ୍‌ଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେଣୁ ତେଲ ଓ ଘିଅ ଦ୍ୱାରା ଛଣା ଯାଇଥିବା ଖାଦ୍ୟକୁ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ତା’ସହ ଅଳ୍ପ ଭଜାଭଜି ଖାଦ୍ୟ, ଅଧିକ ସିଝା ଖାଦ୍ୟ ଖାଇବା ଓ ତନ୍ତୁ ଜାତୀୟ ପନିପରିବା(କଖାରୁ, ସୋୟା ବଡ଼ି, ଦେଶୀ ପୋଟଳ, ଲାଉ, ଭେଣ୍ଡି,ଜହ୍ନି)ଆଦିକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏପରି ଖାଦ୍ୟ ଶରୀର ନୀରୋଗ ରହିବା ପାଇଁ ଅନେକାଂଶରେ ସହାୟକ ହେବା ସହ ମନୁଷ୍ୟକୁ ଦୀର୍ଘାୟୁ କରିଥାଏ।

ମନୁଷ୍ୟର ବୟସ ବଢ଼ିବା ସାଙ୍ଗକୁ ମାଛ, ମାଂସ ଖାଇବା କମ୍‌ କରିବା ଉଚିତ। ଅଧିକ ମାତ୍ରାରେ ଲାଲ୍‌ ମାଂସ ଖାଇବା ଦ୍ୱାରା ରକ୍ତରେ ଆଇରନର ମାତ୍ରା ବଢ଼ିଯାଏ, ଯାହାକି ସୁସ୍ଥ ଶରୀର ପାଇଁ କ୍ଷତିକାରକ। ଏହି ମାଂସ ବର୍ଦ୍ଧିତ ଆଇରନ ଅକ୍ସିଡେସନ ପ୍ରକ୍ରିୟାକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ତେଣୁ ଅଧିକ ମାତ୍ରାରେ ମାଛ, ମାଂସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଅକ୍ସିଡେସନ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ ଅଧିକ ସବୁଜ ପନିପରିବା ଖାଇବା ଜରୁରୀ। ଦୈନନ୍ଦିନ ଖାଦ୍ୟରେ କମ୍‌ ମୂଲ୍ୟରେ ବଜାରରେ ମିଳୁଥିବା ଅମୃତଭଣ୍ଡା, କଦଳୀ,ଗାଜର,ବନ୍ଧାକୋବି, ଟମାଟୋ, ପାଚିଲା ବୋଇତାଳୁ, ତରଭୁଜ, ସଜନାଛୁଇଁ, ପୋଇ ଶାଗ, ପାଳଙ୍ଗ ଶାଗ, କୋଶଳା ଶାଗ, ମେଥି ଶାଗ, ସଜନା ଶାଗ ଆଦି ବିଭିନ୍ନ ସବୁଜ ପନିପରିବାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ। ଏଗୁଡିକ ଖାଦ୍ୟରେ ନିୟମିତ ଖାଇବା ଦ୍ୱାରା ଶରୀର କ୍ରିୟାଶୀଳ ହୋଇଥାଏ। ତା’ ସହ ଶରୀର ସୁସ୍ଥ ରହିଥାଏ। ଏମିତି କେତେକ ଫଳ ରହିଛି ଯାହାକି ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି। ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ-ସି ରହିଛି, ଯାହାକି ଆଣ୍ଟିଅକ୍ସିଡେଣ୍ଟ ଅଟେ। ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ହୃଦ୍‌ରୋଗ, କର୍କଟ, ଚର୍ମରୋଗ, ମାନସିକ ଚିନ୍ତାଜନିତ ରୋଗକୁ ପ୍ରାକୃତିକ ଉପାୟରେ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ।

ଲେମ୍ବୁ, କମଳା, ଅଙ୍ଗୁର, ଷ୍ଟ୍ରବେରୀ, ଜାମୁକୋଳି, ଡାଳିମ୍ବ, ସେଓ, ଚେରି, ସପୁରି, ପିଜୁଳି, କଦଳୀ, ଟମାଟୋ, ଆମ୍ବରେ ଆଣ୍ଟିଅକ୍ସିଡେଣ୍ଟ ଭରି ରହିଛି, ଯାହାକୁ ଖାଇବା ଦ୍ୱାରା ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଶରୀର ଭିତରକୁ ବିଭିନ୍ନ ପ୍ରକାର ଜୀବାଣୁ, ଭୂତାଣୁ ଆଦିର ପ୍ରବେଶକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆମ ଶରୀର ସୁସ୍ଥ ତଥା ସତେଜ ରଖିଥାଏ।

ଦୈନନ୍ଦିନ ଜୀବନଯାପନ ଭିତରେ ଏମିତି କେତେକ ସାଧାରଣ କଥା ରହିଛି ଯାହାକି ସ୍ବାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ବାସଗୃହରେ କୁକୁର, ବିଲେଇ, ନେଉଳ ଆଦିଙ୍କୁ ପୋଷିବା, କୁଆ, ଚଢ଼େଇ, ଚିରଗୁଣୀ, ପାରା ଆଦି ପକ୍ଷୀଙ୍କୁ ଦୈନନ୍ଦିନ ଖାଦ୍ୟଶସ୍ୟ ଦେବା ଦ୍ୱାରା ବହୁ ଉପକାର ମିଳିଥାଏ। ଯେପରି କୁକୁର ବାହ୍ୟଶତ୍ରୁ ଏବଂ ବିଭିନ୍ନ ବନ୍ୟଜନ୍ତୁଙ୍କୁ ପ୍ରତିରୋଧ କରିଥାଏ ସେହିପରି ବିଲେଇ ବାସ ଗୃହରେ ସାପ, ବେଙ୍ଗ, ବିଛା ଆଦିଙ୍କୁ ଘରଭିତରକୁ ନ ଯିବାକୁ ପ୍ରତିରୋଧ କରିଥାଏ। ସାପ ଏବଂ ବିଭିନ୍ନ ପୋକ ଜୋକଙ୍କଠାରୁ ନେଉଳ ଆମକୁ ଦୂରେଇ ରଖୁଥିବା ବେଳେ ଚଢ଼େଇ, ପାରା, ଚିରଗୁଣୀ ଆଦି ଘରର ଚତୁର୍ପାର୍ଶ୍ୱରେ ଥିବା ବିଭିନ୍ନ ପୋକ ଜୋକ, କୀଟପତଙ୍ଗ ଆଦିଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିଥାଆନ୍ତି।

ମନୁଷ୍ୟ ଚିନ୍ତାମୁକ୍ତ, ନୀରୋଗ, ଦୀର୍ଘାୟୁ ଭାବେ ବଞ୍ଚି ରହିବା ପାଇଁ ପ୍ରକୃତି ଓ ପରିବେଶ ସହ ଖାପ ଖୁଆଇ ଚଳିବା ଦରକାର। ଦୈନନ୍ଦିନ ସୁଷମ ଖାଦ୍ୟ ଗ୍ରହଣ କରିବା ସହ ପ୍ରାତଃ ସୂର୍ଯ୍ୟକିରଣରେ ଯାତାୟାତ କରିବା, ଦୈନନ୍ଦିନ ବ୍ୟାୟାମ କରିବା ଦ୍ୱାରା ମନୁଷ୍ୟ ଶରୀରରେ ରକ୍ତଚାପ ଓ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ତା’ସହ ମନୁଷ୍ୟର ବୟସ ଅନୁପାତରେ ଓଜନ ଠିକ୍‌ ଭାବେ ରହିଥାଏ, ଯାହାକି ଦୀର୍ଘାୟୁ ନିମନ୍ତେ ସହାୟକ ହୋଇଥାଏ।

ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ନିଜ ସ୍ବାସ୍ଥ୍ୟର ଯତ୍ନ ନିଜ ହାତରେ ରହିଥିବା ବେଳେ ମନୁଷ୍ୟ ବାଟବଣା ହୋଇଥାଏ। ବିଭିନ୍ନ ପ୍ରକାର ଦୂଷିତ ଖାଦ୍ୟ, ଦୂଷିତ ଜଳ, ବିଭିନ୍ନ ଫାଷ୍ଟଫୁଡ୍‌, ପ୍ରତିଦିନ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନ କରିବା, ବିଳମ୍ବିତ ରାତିରେ ଶୋଇବା, ବିଳମ୍ବରେ ଶଯ୍ୟା ତ୍ୟାଗ କରିବା ଆଦି ବିଭିନ୍ନ କାରଣରୁ ଶରୀର ବିଭିନ୍ନ ଜଟିଳ ରୋଗର ଶିକାର ହୋଇଥାଏ। ଆମେ ସଜାଗ ରହି, ସ୍ବାସ୍ଥ୍ୟକୁ ସୁସ୍ଥ ଓ ସଜାଗ ରଖିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖିବାର ଆବଶ୍ୟକତା ରହିଛି।

Powered by Froala Editor

Tags Food

Related articles Odisha News Lens 4.1

  • ଶ୍ରମିକଙ୍କ ଉପରେ ଭୁଶୁଡ଼ିଲା ​​ଡ୍ରେନ୍ କାନ୍ଥ, ମାଟି ଗଦା ତଳେ ଚାପି ହୋଇ ମୃତ୍ୟୁ
    ଦେଶ-ଦେଶାନ୍ତର

    ଶ୍ରମିକଙ୍କ ଉପରେ ଭୁଶୁଡ଼ିଲା ​​ଡ୍ରେନ୍ କାନ୍ଥ, ମାଟି ଗଦା ତଳେ ଚାପି ହୋଇ ମୃତ୍ୟୁ

    15124
    Jun 19, 2025
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ
    ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

    13598
    Jun 19, 2025
  • ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ
    ଦେଶ-ଦେଶାନ୍ତର

    ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    14968
    Jun 19, 2025
  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’
    ମନୋରଞ୍ଜନ

    ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15209
    Jun 19, 2025
  • ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ

    15009
    Jun 19, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?
    ବିଶେଷ

    ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14295
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା
    ବିଶେଷ

    ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15180
    Jun 19, 2025
  • ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ
    ଦେଶ-ଦେଶାନ୍ତର

    ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ

    13579
    Jun 19, 2025
  • ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ପ୍ରତିଷେଧକ ଟୀକା
    ଦେଶ-ଦେଶାନ୍ତର

    ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ପ୍ରତିଷେଧକ ଟୀକା

    14853
    Jun 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ପ୍ରତିଷେଧକ ଟୀକା

    14853
    Jun 19, 2025
  • ଦେଶ-ଦେଶାନ୍ତର

    ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ

    15009
    Jun 19, 2025
  • ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

    13598
    Jun 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16683
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16989
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15499
    Apr 03, 2021

ବିଶେଷ

  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14295
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15180
    Jun 19, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14536
    Jun 18, 2025
  • ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି, ମିଳିବ ଚମତ୍କାର ଲାଭ

    14256
    Jun 18, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14677
    Jun 17, 2025

ବାଣିଜ୍ୟ

ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

ଭାରତରେ ସ୍କୋଡା ଇଣ୍ଡିଆ ଖୁବ୍ ଶୀଘ୍ର ଏହାର ପ୍ରଥମ ସିଏନଜି ଏସୟୁଭି ଲଞ୍ଚ କରିପାରେ। କମ୍ପାନୀ ଏହାର ସଦ୍ୟ ଲଞ୍ଚ ହୋଇଥିବା କାଇଲାକ ସିଏନଜି ସଂସ୍କରଣ ଲଞ୍ଚ କରିପାରେ ବୋଲି ଶୁଣିବାକୁ ମିଳିଛି।  ସ୍କୋଡା ଇଣ୍ଡିଆ କାର ନିର୍ମାତାମାନେ ଏହି ସେଗମେଣ୍ଟ ଉପରେ ଧ୍ୟାନ ଦେଉଛନ୍ତି। 

କାଇଲାକ ସିଏନଜିରେ ୧.୦ ଲ ...

  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14453
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14463
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13776
    Jun 17, 2025
  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15384
    Jun 14, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15209
    Jun 19, 2025
  • ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    14968
    Jun 19, 2025
  • ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ

    13579
    Jun 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In