ସଞ୍ଜ ଦେଉଥିଲେ ସଞ୍ଜୟଙ୍କ ସ୍ତ୍ରୀ, ନିଆଁ ଲାଗିଗଲା ଦୋକାନରେ
ପେଟ୍ରୋଲ୍ ଉପରେ ସନ୍ଧ୍ୟାଧୂପ ପଡ଼ିଯିବାରୁ ଏକ ଦୋକାନ ସମେତ ତିନିଟି ଆଜବେଷ୍ଟସ୍ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଦମ୍ପତି ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ଦୁଇଜଣ ଶିଶୁ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ଅଧୀନ ତୋଟାଗାଁ ଛକରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତରମାନେ ହେଲେ, ସଞ୍ଜୟ ବାରିକ ଓ ପତ୍ନୀ ସଂଯୁକ୍ତା। ଖଲ୍ଲିକୋଟ ଡାକ୍ତରଖାନାରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ମୁତାବକ, ସୋମବାର ସଂଧ୍ୟାରେ ସଞ୍ଜୟଙ୍କ ସ୍ତ୍ରୀ ସଂଜ ଦେଉଥିବା ସମୟରେ ହଠାତ ଦୋକାନରେ ନିଆଁ ଲାଗି ଯାଉଥିବା ଦେଖିଥିଲେ। ସେ ଚିତ୍କାର କରି ସମସ୍ତଙ୍କୁ ଏ ବିଷୟରେ ଜଣାଇ ନିଆଁ ଲିଭାଇବାକୁ ଡାକିଥିଲେ। ତେବେ କିଛି କ୍ଷଣ ଭିତରେ ଦୋକାନ ହୁତହୁତ ହୋଇ ଜଳି ଉଠିଥିଲା। ଯାହା ପୂରା ଘରକୁ ବ୍ୟାପୀ ଯାଇଥିଲା। ସଞ୍ଜୟ ନିଜ ଘରର ଗୋଟିଏ ରୁମ୍କୁ ରାସନ ଦୋକାନ କରିଥିଲେ। ଏଠାରେ ସେ ରାସନ ସହ ଥଣ୍ଡା ପାନୀୟ ଓ ପେଟ୍ରୋଲ ମଧ୍ୟ ରଖି ବ୍ୟବସାୟ କରୁଥିଲେ। ତେଣୁ ନିଆଁ ଖୁବ୍ ଜୋର ବ୍ୟାପୀ ଯାଇଥିଲା।
Powered by Froala Editor