୧୯ ଶାଳଗଣ୍ଡି ଜବତ କଲା ବନବିଭାଗ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ତଥା ରେଞ୍ଜ ଅଧୀନ ଭାଲିଆ ଗ୍ରାମର ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ପାଇଁ ମୂଲ୍ୟବାନ ଶାଳଗଛ କଟାଯାଇ ଥିବାବେଳେ ରବିବାର ଶାଳଗଣ୍ଡି ଗୁଡିକୁ ଜବତ କରିଛି ବନବିଭାଗ l
ସୂଚନା ମୁତାବକ ଭାଲିଆ ସଂରକ୍ଷିତ ଜଙ୍ଗଲରୁ ୫ଗୋଟି ମୂଲ୍ୟବାନ ଶାଳଗଛ କଟାଯିବାକୁ କେନ୍ଦ୍ର କରି ଦୁଇଦିନ ପୂର୍ବରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା l ଏହାପରେ ବେତନଟୀ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ l ରବିବାର ବନପାଳ ପ୍ରଶାନ୍ତ ସିଂ ସାମନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କଟାଯାଇଥିବା ୫ଟି ଶାଳଗଛର ୧୯ଖଣ୍ଡ ମୂଲ୍ୟବାନ କାଠଗଣ୍ଡିକୁ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ l ତେବେ ଏହି ଶାଳ ଗଛ ଗୁଡିକୁ ବାହାର ଜିଲ୍ଲାକୁ ଚୋରା ଚାଲାଣ ନିମନ୍ତେ କଟାଯାଇଥିବାରୁ ପ୍ରଥମେ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା l

Powered by Froala Editor