ରାତିରେ ଶୋଇଥିଲା, ହଠାତ୍ ଚାଲିଗଲା ୭ ବର୍ଷ ଶିଶୁପୁତ୍ରର ଜୀବନ
ଶୁକ୍ରବାର ରାତିରେ କେନ୍ଦୁଝର ଜିଲ୍ଲା ସଦର ଥାନ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ତଳ କମ୍ପଡିହି ରୁଗୁଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ୭ ବର୍ଷର ଶିଶପୁତ୍ର ଗଣେଶ ମୁଣ୍ଡା ଖାଇ ପିଇ ସାରି ତା ମାଆ ସହିତ ଶୋଇଥିବାବେଳେ ହଠାତ ରାତିରେ ପେଟ ଯନ୍ତ୍ରଣା ହେଇଥିଲା । ଆଉ କିଛି ସମୟ ପରେ ମୃତ୍ୟୁ ଘଟିଥିଲା। ଗଣେଶର ନାକରୁ ଏବଂ ପାଟିରୁ ଫେଣ ବହୁ ଥିବାର ଦେଖିବକୁ ମିଳିଥିଲା। ଖବର ପାଇ ସଦର ଥାନା ଅଧିକାରି ସୁନିଲ କୁମାର କର ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତରୁ ସାପ କାମୁଡିବା ଯୋଗୁଁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରିବା ସହିତ ଏକ କେଶ ନୋ ୫୭/୨୨ ଅପମୃତ୍ୟ ମାମଲା ରୁଜୁ କରିବା ସହିତ ଶବଟିକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସଦର ଆଇଆଇସି ସୁଚନା ଦେଇଛନ୍ତି।
Powered by Froala Editor