ସ୍ତ୍ରୀ ଚାକିରି କରିବାକୁ କହିବାରୁ ଆତ୍ମହତ୍ୟା କରିଦେଲେ ଯବାନ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧୁରୁଡିଆମ୍ବ ଗାଁରେ ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ ଜଣେ ଯବାନ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ମୃତ ଯବାନ ଜଣଙ୍କ ହେଲେ ଉମାକାନ୍ତ ନାଏକ (୨୬) ।
ସୂଚନା ଅନୁସାରେ ଧୁରୁଡିଆମ୍ବ ଗାଁର ଉମାକାନ୍ତ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିବା ବେଳେ ସେ ହରିଚନ୍ଦନପୁର ଥାନା ଶଗଡପଟା ଗାଁର ଝରଣା ନାଏକଙ୍କୁ ବିବାହ କରିଥିଲେ । ତାଙ୍କର ଏକ ୪ ମାସର ଶିଶୁପୁତ୍ର ମଧ୍ୟ ରହିଛି । ତେବେ ଉମାକାନ୍ତଙ୍କ ପତ୍ନି ଝରଣା ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଭଦ୍ରକର ଚାନ୍ଦବାଲିରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ଚୟନ ହୋଇଛନ୍ତି । କିନ୍ତୁ ଝରଣାଙ୍କ ସ୍ୱାମୀ ତାକୁ ଚାକିରୀ ନକରିବା ପାଇଁ କହିବାରୁ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସୋମବାର ଝଗଡା ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସୋମବାର ଶ୍ୱଶୁର ଘରେ ଉମାକାନ୍ତ ଥିବାବେଳେ ବିଳମ୍ବିତ ରାତିରେ ଏକ ଗଛରେ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଖବର ପାଇ ହରିଚନ୍ଦନପୁର ପୁଲିସ ଟିମ ପହଁଚି ସ୍ଥିତିକୁ ଅନୁଧ୍ୟାନ କରିବା ସହ ମୃତ ଯବାନର ଶବକୁ ଜବଦ କରି ବ୍ୟବଛେଦ ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Powered by Froala Editor