ବେଆଇନ ବାଲି ଚାଲାଣ ବେଳେ ଡଙ୍ଗାରେ ବିସ୍ଫୋରଣ, ୪ ମୃତ
ବିହାରର ପାଟନାରେ ମଝି ନଦୀରେ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀ ମଝିରେ ଏକ ଡଙ୍ଗାରେ ରଖାଯାଇଥିବା ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ହୋଇଛି। ଡଙ୍ଗାରେ ମୋଟ ୨୦ ଜଣ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଛନ୍ତି।
ବେଆଇନ ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡଙ୍ଗା ମାଧ୍ୟମରେ ପରିବହନ କରାଯାଉଥିଲା। ଏହି ସମୟରେ, ବାଲି ପରିବହନରେ ନିୟୋଜିତ ଲୋକଙ୍କ ପାଇଁ ଡଙ୍ଗାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍ ହେତୁ ସିଲିଣ୍ଡରଟି ଫାଟି ଯାଇଥିଲା। ହଠାତ ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ଡଙ୍ଗାରେ ଥିବା ଅନ୍ୟ ଲୋକମାନେ ପହଁରି କୂଳକୁ ଚାଲି ଆସିଥିଲେ। ବିସ୍ଫୋରଣ ପରେ ବି ଡଙ୍ଗାଟି ନବୁଡ଼ିବାରୁ ଲୋକେ କୂଳକୁ ଆସିପାରିଥିବା ଜଣାପଡ଼ିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor