ଯୁବକଙ୍କୁ ନିର୍ମମ ହତ୍ୟା
ଖୋର୍ଦ୍ଧା : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା । ଘର ଛାତ ଉପରେ ଶୋଇଥିବା ବେଳେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମୋଟା ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି।
ସୂଚନାନୁଯାୟୀ, ମୃତ ଯୁବକ ଜଣଙ୍କ ହେଲେ ମୋଟା ଗାଁର ରଘୁନାଥ ମହାରଣା । ବୁଧବାର ରାତିରେ ରଘୁନାଥ ଘର ଛାତ ଉପରେ ଶୋଇଥିବା ବେଳେ ତାଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାରୀ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor