ବ୍ୟାପକ ମହୁଲି ମଦ ଜବତ, ୫ ଅଭିଯୁକ୍ତ ଗିରଫ

ଝୁମ୍ପୁରା, ଚମ୍ପୁଆ, ପାଟଣା, ଘଟଗାଁ, ଏପିଆର ପୋଲିସ ମାଜିଷ୍ଟ୍ରେଟ କର୍ମଚାରୀଙ୍କ ଏକ ଟିମ୍ ଆଜି ସଦର ଥାନା ଅଞ୍ଚଳର ପୃଥକ୍ ପୃଥକ୍ ସ୍ଥାନରେ ଚଢାଉ କରି ୩୩୦ଲିଟର ମହୁଲି ମଦ ଜବତ କରିିବା ସହ ୫୨ଶହ କେଜି ପୋଚ ନଷ୍ଟ କରିଛି। ଏହି କାରବାର ରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଧନୁର୍ଜୟପୁର ଗ୍ରାମର ରଘୁନାଥ ହାଁସଦା(୬୨), ହିରାପୋଶି ଗ୍ରାମର ସିପୁନ ମାଳି(୨୧) ଗଣେଶ୍ୱର ମୁଦି (୪୧)ସିଲିନା ମାଝି(୪୫), ନିଲୁ ମାଝି(୩୨)।
ସଦର ଥାନା ଅନ୍ତର୍ଗତ ନରସିଂହପୁରରେ ଜିଲ୍ଲା ମୋବାଇଲ ସ୍କ୍ବାର୍ଡ ଭାମ୍ୟମାଣ ଦଳ ଚଢାଉ କରି ୨ହଜାର କେଜି ପୋଚ ନଷ୍ଟ କରିବା ସହ ୧୫୦ଲିଟର ମଦ ଜବତ କରିଥିଲା। ଅଭିଯୁ୍କ୍ତ ମାନେ ଧରାପଡିନଥିବାରୁ ଏକ ଅନକ୍ଲାଇମ ମାମଲା ରୁଜୁ ହୋଇଛି। କେନ୍ଦୁଝର ଅବକାରୀ ବିଭାଗ ଜଡିଚାତର ଗ୍ରାମରେ ଚଢାଉ କରି ୨୫ଶହ କେଜି ପୋଚ ନଷ୍ଟ କରିଥିବାବେଳେ ୨ଶହ ଲିଟର ମଦ ଜବତ କରିଥିଲେ। ସେହିପରି ଅଭିଯୁକ୍ତ ଧରାପଡିନଥିବାରୁ ଏକ ଅନକ୍ଲାଇମ ମାମଲା ରୁଜୁ ହୋଇଛି।ବେଆଇନ ମଦ କାରବାର ଅଭିଯୋଗରେ ଉଭୟ ୫ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
କେନ୍ଦୁଝର ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନେତୃତ୍ବରେ ଇନିସପେକ୍ଟର ବେଣୁଧର ସାମଲ, ଚନ୍ଦନ କୁମାର ମଣ୍ତଳ, ଚମ୍ପୁଆ ଓଆଇସି ସ୍ମିତା ବେହେରା, ଝୁମ୍ପୁରା ଓଆଇସି ଗୋବିନ୍ଦ ନାଏକ, କେନ୍ଦୁଝର ଓଆଇସି ରଂଞ୍ଜନ କୁମାର ପାତ୍ର, ଜିଲ୍ଲା ମୋବାଇଲସ୍କ୍ବାର୍ଡ ଓଆଇସି ଦିଲ୍ଲିପ କୁମାର ତାଣ୍ତି, ପାଟଣା ଓଆଇସି ରମେଶ ଚନ୍ଦ୍ର ମହାନ୍ତି, ଓଆଇସି ଘଟଗାଁ, ଏ ଏସ୍ ଆଇ ଜନାର୍ଦ୍ଧନ ପଲେଇ ଏହି ଚଢାଉରେ ସାମିଲଥିଲେ।

Powered by Froala Editor